ସର୍ବାଧିକ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଗୋଟିଏ ଦିନରେ ବଢିଗଲା ୧୦ ଗ୍ରାମ ପିଛା ୨,୪୩୦ ଟଙ୍କା

ସୁନା ମୂଲ୍ୟ ଗୋଟିଏ ଦିନରେ ବଢିଗଲା ୨,୪୩୦ ଟଙ୍କା, ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ: ସୁନା ସର୍ବାଧିକ ରେକର୍ଡ ଭାଙ୍ଗିଛି। ଜାତୀୟ ରାଜଧାନୀରେ ସୋମବାର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୪୩୦ ଟଙ୍କା ବଢି ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଛି। ଏହା ଗତ ସପ୍ତାହରେ ୮୬ ହଜାର ୦୭୦ ଟଙ୍କାରେ ବନ୍ଦ ହୋଇଥିଲା।

ସ୍ଥାନୀୟ ବଜାରରେ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୨ ହଜାର ୪୩୦ ଟଙ୍କା ବଢି ୮୮ ହଜାର ୧୦୦ ଟଙ୍କାରେ ପହଞ୍ଚିଛି। ରୂପା ମୂଲ୍ୟ କିଲୋଗ୍ରାମ ପିଛା ୧ ହଜାର ଟଙ୍କା ବଢି ୯୭ ହଜାର ୫୦୦ ଟଙ୍କାରେ ପହଞ୍ଚିଛି।

ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୯ ହଜାର ୮୦୦ ଟଙ୍କା ଥିବା ବେଳେ ଗତକାଲି ଏହାର ମୂଲ୍ୟ ୭୯ ହଜାର ୪୫୦ ଟଙ୍କା ରହିଥିଲା। ତେବେ ଆଜି ଏହାର ମୂଲ୍ୟରେ ୩୫୦ ଟଙ୍କା ବୃଦ୍ଧି ଘଟିଛି।

ସେହିପରି ଆଜି ୨୪ କ୍ୟାରେଟ ସୁନା ଦର ଭୁବନେଶ୍ୱରରେ ୮୭ ହଜାର ୬୦ ଟଙ୍କା ରହିଥିବା ବେଳେ ଗତକାଲି ଏହାର ମୂଲ୍ୟ ୮୬ ହଜାର ୬୭୦ ଟଙ୍କା ଥିଲା। ଯାହା ଆଜି ୩୯୦ ଟଙ୍କା ବୃଦ୍ଧି ଘଟିଛି।