fbpx

ହୋଲିରେ ଶସ୍ତା ହେଲା ସୁନା: ଆଜି ହିଁ କିଣି ନିଅନ୍ତୁ, ହାତଛଡା କରନ୍ତୁ ନାହିଁ ଏହି ସୁଯୋଗ

ନୂଆଦିଲ୍ଲୀ :ଆଜି ହୋଲି ଆଉ ଯଦି ଆପଣ ମଧ୍ୟ ହୋଲି ଅବସରରେ ସୁନା, ରୂପା କିମ୍ବା ଏହାର ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ।ଶସ୍ତା କିଣିବା ପାଇଁ ତୁମ ନିକଟରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ହୋଲିକା ଦହନ୍ ଏବଂ ହୋଲି ପୂର୍ବରୁ, ଏହି ବ୍ୟବସାୟ ସପ୍ତାହର ପ୍ରଥମ ଦିନରେ, ଯେଉଁଠାରେ ସୋମବାର ସୁନା ଶସ୍ତା ହୋଇଗଲା, ସେଠାରେ ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିଲା​। କିନ୍ତୁ ଆଜି ଆପଣଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ଅଛି ।

ସୋମବାର ଦିନ ସୁନା ୧୦ ଗ୍ରାମ ପିଛା ୧୪ ଟଙ୍କା ଶସ୍ତା ହୋଇ କିଲୋଗ୍ରାମରେ ୫୬୦୮୯ ଟଙ୍କାରେ ପହଁଞ୍ଚିଥିଲା। ଯେହେ ତୁ କାଲି ସମସ୍ତ ଦୋକାନ ବନ୍ଦ ରହିଥିଲା ଆଜି ମଧ୍ୟ ଆପଣ କମ ଦାମରେ ଏହାକୁ କିଣି ପାରିବେ ।
ସୂଚନାମୁତାବକ ସୋମବାର ସୁନା ଶସ୍ତା ହୋଇଥିବାବେଳେ ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ସୋମବାର ଦିନ ରୂପା ୧୨୭ ଟଙ୍କା ବୃଦ୍ଧି କରି କିଲୋଗ୍ରାମରେ ୬୪,୨୬୬ ଟଙ୍କା ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ରୂପା ୪୩୩ ଟଙ୍କା ବଢି କରି କିଲୋଗ୍ରାମରେ ୬୪୧୩୯ ଟଙ୍କା ରହିଥିଲା।

ତେବେ ସୁନାଦର ହ୍ରାସ ହେବା ପରେ ୨୪ କ୍ୟାରେଟ୍ ସୁନା ୧୪ ଟଙ୍କା ଶସ୍ତା ହେଇ ରୁ ୫୬୦୮୯ ଟଙ୍କା ହୋଇଛି, ସେହିଭଳି ୨୩ କ୍ୟାରେଟ୍ ସୁନା ୧୩ ରୁ ୫୫୮୬୫ ଟଙ୍କା ଶସ୍ତା ହୋଇଛି, ୨୨ କ୍ୟାରେଟ୍ ସୁନା ୧୩ ରୁ ୫୧୩୭୭ ଟଙ୍କା ଶସ୍ତା ହୋଇଛି।

୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେଇପାରିବେ। ଅଳ୍ପ ସମୟ ମଧ୍ୟରେ ମେସେଜ ମାଧ୍ୟମରେ ଦର ସୂଚନା ପାଇପାରିବେ ।ଏହା ସହିତ, ଆପଣ କ୍ରମାଗତ ଭାବେ ସୂଚନା ପାଇଁ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ।

Get real time updates directly on you device, subscribe now.