fbpx

ଆଜି ବି ଶସ୍ତା ସୁନା କିଣିବାର ରହିଛି ସୁଯୋଗ: ଜାଣନ୍ତୁ ୨୪ କ୍ୟାରେଟ ଗୋଲ୍ଡ କେତେ କମିଲା ?

ନୂଆଦିଲ୍ଲୀ: ଆଜି ପୁଣି କମିଯାଇଛି ସୁନା ଦାମ୍ । ଭାରତୀୟ ବଜାରରେ ସୁନା ଦର ଶୁକ୍ରବାର ଦିନ ପୁଣି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦ ହଜାର ୧୮୦ ଟଙ୍କା ଥିବା ଜଣାଯାଇଛି । ଅନ୍ୟପଟେ ରୂପା ୧୫୦ ଟଙ୍କା ମହଙ୍ଗା ହୋଇଛି । ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୫ ହଜାର ୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଓ ୫୦ ହଜାର ୧୮୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୦୦୦ ଟଙ୍କା ଓ ୫୦ ହଜାର ୧୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୦୦୦ଟଙ୍କା ଓ ୫୦,୧୮୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୦୦୦ ଟଙ୍କା ଓ ୫୦ ହଜାର ୫୧୦ ଟଙ୍କା ରହିଛି । ବିଶ୍ୱ ବଜାରରେ ଡଲାର ପିଛା ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ରେଟ ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Get real time updates directly on you device, subscribe now.