fbpx

ଦଶହରା ପୂର୍ବରୁ କମିଲା ସୁନା-ରୂପା ଦର, ବଢିଲା ବିକ୍ରି, ଜାଣନ୍ତୁ ତାଜା ରେଟ୍‌

ନୂଆଦିଲ୍ଲୀ: ସୁନା ମଙ୍ଗଳବାର ଦିନ ଆହୁରି ଶସ୍ତା ହୋଇଯାଇଛି। ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୩୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୬ ହଜାର ୯୧୦ ଟଙ୍କା ହୋଇଛି। ରିପୋର୍ଟ ମୁତାବକ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଅକ୍ଟୋବରରେ ୩୦୦ ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପିଛା ୭୦ ହଜାର ୫୦୦ ଟଙ୍କା ହୋଇଯାଇଛି। ୨୨ କ୍ୟାରେଟର ୧୦୦ ଗ୍ରାମ ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ଭାରତରେ ପାର୍ବଣ ଋତୁ ପୂର୍ବରୁ ୩୦୦୦ ଟଙ୍କା ଶସ୍ତା ହୋଇଯାଇଛି।

ଖବର ମୁତାବକ, ୧୮ କ୍ୟାରେଟ ସୁନାର ମୂଲ୍ୟ ୨୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୭ ହଜାର ୬୮୦ ଟଙ୍କା ହୋଇଯାଇଛି। ୧୮ କ୍ୟାରେଟର ୧୦୦ ଗ୍ରାମ ମୂଲ୍ୟବାନ ଧାତୁର ଦର ୨୫୦୦ ଟଙ୍କା ହ୍ରାସ ପାଇ ୫,୭୬,୮୦୦ ଟଙ୍କା ପାର ହୋଇଛି। ୨୨ କ୍ୟାରେଟ ୧ ଗ୍ରାମ ସୁନାର ମୂଲ୍ୟରେ ଆଜି ୩୦ ଟଙ୍କାର ହ୍ରାସ ଘଟିବା ଦେଖାଯାଇଛି ଏବଂ ଏହା ୭୦୫୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଦିନ ୧୮ କ୍ୟାରେଟ ସୁନାର ମୂଲ୍ୟରେ ୨୫ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି ଏବଂ ଏହା ପ୍ରତି ଗ୍ରାମ ପିଛା ୫୭୬୮ ଟଙ୍କାରେ ପହଞ୍ଚିଛି।

ରୂପାର ମୂଲ୍ୟରେ ଆଜି ପରିବର୍ତ୍ତନ ଘଟିଛି। ୧ କିଲୋ ରୂପା ଭାରତରେ ୯୪,୫୦୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ଭାରତରେ ଆଜି ୧୦ କିଲୋ ପିଛା ରୂପାର ମୂଲ୍ୟରେ ୨ ହଜାର ଟଙ୍କା କମି ୯୨ ହଜାର ୫୦୦ ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ ବଜାରରେ କିଛିଦିନ ଅପେକ୍ଷା ବିକ୍ରୟ ବୃଦ୍ଧି ପାଇଛି।

Get real time updates directly on you device, subscribe now.