CHARIDHAM

କନ୍ନଡ଼ ଅଭିନେତ୍ରୀଙ୍କୁ ମାଡ଼ିବସିଲା ପୋଲିସ, ଜବତ କଲା ୧୨ କୋଟିର ସୁନା ବିସ୍କୁଟ

ଦୁବାଇରୁ ଆଣିଥିଲେ ସୁନା । ଭାରତରେ କରୁଥିଲେ ବେପାର ।

ବେଙ୍ଗାଲୁରୁ: ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ। ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୋମବାର ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୁଲିସ।

 

ବାପା ଅଫିସର : ଯାଞ୍ଚ ସମୟରେ, ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯିବାରୁ ତାଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ତେବେ ରାଣ୍ୟା ଜଣେ IPS ଅଫିସରଙ୍କ ଝିଅ ବୋଲି ଜଣାପଡିଛି ।

 

ଅଫିସରଙ୍କ ଝିଅ ସୁନା ତସ୍କର: ୨୦୧୪ରୁ କନ୍ନଡ ଚଳଚ୍ଚିତ୍ର ମାଣିକ୍ୟାରୁ ତାଙ୍କ କ୍ୟାରିଅର ଆରମ୍ଭ । ୩୩ ବର୍ଷୀୟ ଅଭିନେତ୍ରୀ ସୋମବାର ଦିନ ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ। ଅଭିଯୋଗ ଅନୁସାରେ, ତାଙ୍କ ସହିତ ଥିବା ଦୁଇଜଣ ବ୍ୟକ୍ତି ବ୍ରିଫକେସରେ ଚୋରା ସୁନା

ନେଇଯାଉଥିଲେ। ଚେକିଂ ଶେଷ କରି ବେଙ୍ଗାଲୁରୁ ବିମାନବନ୍ଦର ବାହାରକୁ ଯିବା ପରେ ସେମାନଙ୍କୁ ଅଟକାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଟିମ୍।

 

ସବୁବେଳେ ଯାଉଥିଲେ ଦୁବାଇ : ଟିମକୁ ପୂର୍ବରୁ ସୂଚନା ମିଳିଥିବାରୁ ସେମାନେ ଅଭିନେତ୍ରୀଙ୍କୁ ଅଟକାଇ ତାଙ୍କର ବ୍ରିଫାକସର ଯାଞ୍ଚ କରିଥିଲେ, ଯେଉଁଥିରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା। ଏହା ପରେ ଟିମ ତାଙ୍କ ଘରକୁ ଯାଇ ଯାଞ୍ଚ କରିଥିଲା, ଯାହାପରେ ପ୍ରାୟ ୩କୋଟିର ସୁନା ସେଠାରୁ ମିଳିଥିଲା।

ଏକାଧିକଥର ରାଣ୍ୟା ଦୁବାଇ ଯାଉଥିବାରୁ ଡିଆରଆଇର ନଜର ତାଙ୍କ ଉପରେ ଥିଲା ବୋଲି ଜଣାପଡ଼ିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଏବେ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।