fbpx

ପୁଣି ମାଟିତଳୁ ଠାବ ହେଲା ବୃହତ୍ତ ସୁନାର ଭଣ୍ଡାର, ଅତୀତରେ ଏହି ସ୍ଥାନ ଥିଲା ପାଳବଂଶ ରାଜଧାନୀ

Advertisement

ନୂଆଦିଲ୍ଲୀ: ଭାରତକୁ ଦିନେ କୁହାଯାଉଥିଲା ସୁନାର ଚଢେଇ । ଏବେ ଏହାର ଏକ ସଦ୍ୟତମ ପ୍ରମାଣ ସାମ୍ନାକୁ ଆସିଛି । ଦେଶରେ ଲଗାତର ବୃହତ୍ତ ସୁନାର ଭଣ୍ଡାର ସନ୍ଧାନ ମିଳିବାର ଧାରା ଜାରି ରହିଛି । ଏହି କ୍ରମରେ ଆଉ ଏକ ବଡ ଭଣ୍ଡାରର ସନ୍ଧାନ ମିଳିଛି । ଏହି ଭଣ୍ଡାରରେ ଟ୍ରିଲିୟନ ମୂଲ୍ୟର ସୁନା ରହିଛି । ଏହି ସୁନାର ଭଣ୍ଡାର ପାଳ ରାଜବଂଶର ରାଜଧାନୀ ଅସ୍କୋଟ କ୍ଷେତ୍ରରୁ ମିଳିଛି । ଏହି ସ୍ଥାନ ଏବେ ଉତ୍ତରାଖଣ୍ଡରେ ରହିଛି ଯାହାକୁ ଦେବଭୂମି କୁହାଯାଏ । ମାଟିତଳୁ ଏହି ବୃହତ୍ତ ସୁନାର ଭଣ୍ଡାର ବାହାର କରିବାକୁ ଏବେ ଯୋଜନା ଆରମ୍ଭ ହୋଇଯାଇଛି ।

ଏହି ସୁନା ବାହାର କରିବା ଲାଗି ହାଇଦ୍ରାବାଦ କମ୍ପାନୀ ସହ ଚୁକ୍ତି ହୋଇସାରିଛି । ଅନ୍ୟପକ୍ଷରେ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ କେବଳ ଏ ନେଇ ସ୍ୱୀକୃତିକୁ ଅପେକ୍ଷା ରହିଛି । ଡିଡିହାଟ କ୍ଷେତ୍ରର ବିଧାୟକ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିଶନ ସିଂହ ଚୁଫାଲ ପିଥୌରାଗଡରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଭୂଗର୍ଭୀୟ ସର୍ବେକ୍ଷଣରୁ ଏହା ଜଣାପଡିଛି କି ଅସ୍କୋଟରୁ ଜୌଲଜିବି ଓ ଓଗଲା ଠାରୁ ଭାଗିଚୌରା ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଅଞ୍ଚଳରେ ଭୂଗର୍ଭ ତଳେ ବହୁମାତ୍ରାରେ ସୁନା, ତମ୍ବା, ଦସ୍ତା, ଶୀଶା ରହିଛି । ଏ ସଂପର୍କରେ କାନାଡା କମ୍ପାନୀ ମଧ୍ୟ ସର୍ଭେ କରିଥିଲା । ଭୂଗର୍ଭରୁ ସୁନା ବାହାର କରିବା ଲାଗି କାନାଡା କମ୍ପାନୀ ସହିତ ସୁନା ଖଣିର ବୁଝାମଣା ହୋଇଥିଲା । କମ୍ପାନୀ ସେହି କ୍ଷେତ୍ରରେ ଅନେକ ସୁଡଙ୍ଗ ତିଆରି କରି ସର୍ଭେ ସଂପୂର୍ଣ୍ଣ କରିଥିଲା । କିନ୍ତୁ ଏହାରି ମଧ୍ୟରେ ଅସ୍କୋଟ ଅଭୟାରଣ୍ୟ ବାଧକ ସାଜିଥିଲା । ଫଳରେ କମ୍ପାନୀକୁ ଏହାର କାମ ବନ୍ଦ କରିବାକୁ ପଡିଥିଲା । ଏହାପରେ ହାଇଦ୍ରାବାଦ କମ୍ପାନୀ ସହ ଚୁକ୍ତି ହୋଇଛି । ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱୀକୃତି ମିଳିଗଲେ ଖନନ କାର୍ଯ୍ୟ ଆରମ୍ଭ ହୋଇଯିବ ।

Get real time updates directly on you device, subscribe now.