fbpx

ପୋଲିସ ବିଭାଗରେ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ: ସବ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

Advertisement

ନୂଆଦିଲ୍ଲୀ: ପୋଲିସ ବିଭାଗରେ ଭର୍ତ୍ତି ହେବା ପାଇଁ ଆଶା ରଖଥିବା ପ୍ରାର୍ଥୀମାନଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ସବ ଇନ୍ସପେକ୍ଟର ପଦ ପାଇଁ ଆବେଦନପତ୍ର ମାଗିଛି ତାମିଲନାଡୁ ୟୁନିଫର୍ମଡ ସର୍ଭିସେସ ରିକ୍ରୁଟମେଣ୍ଟ ବୋର୍ଡ(TNUSRB) । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ର ଅପିସିଆଲ ୱେବସାଇଟ tnusrb.tn.gov.in ଦ୍ୱାରା ଆବେଦନ କରିପାରିବେ । ତେବେ ଏଥିପାଇଁ ଆବେଦନର ଶେଷ ତାରିଖ ଆସନ୍ତା ଏପ୍ରିଲ ୭ ତାରିଖ ଧାର୍ଯ୍ୟ କରାଯାଇଛି ।
ଏହାବ୍ୟତୀତ https://tnusrb.tn.gov.in/ ଲିଙ୍କ ଦ୍ୱାରା ମଧ୍ୟ ସବ ଇନ୍ସପେକ୍ଟର ପାଇଁ ଆବେଦନ କରିପାରିବେ ଇଚ୍ଛୁକ ବା ଯୋଗ୍ୟ ପ୍ରାର୍ଥୀ । ଏହି ପ୍ରକ୍ରିୟାରେ ମୋଟ ୪୪୪ ଜଣଙ୍କୁ ଚୟନ କରାଯିବ । ପୋଲିସ ସବ ଇନ୍ସପେକ୍ଟର (ତାଲୁକା) ପାଇଁ ୩୯୯ ପଦ ଫାଙ୍କା ଥିବା ବେଳେ ସବ ଇନ୍ସପେକ୍ଟର(ଏ.ଆର)ରେ ୪୫ଟି ପଦ ପାଇଁ ଆବେଦନ କରିବେ ପ୍ରାର୍ଥୀ । ତେବେ ସେମାନଙ୍କ ନିକଟରେ କୌଣସି ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିପାଇଁ ପ୍ରାର୍ଥୀମାନଙ୍କ ବୟସସୀମା ୨୦-୩୦ ଭିତରେ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.