fbpx

ସୁବର୍ଣ୍ଣ ସୁଯୋଗ : BHUରେ ପ୍ରଫେସର ପଦବୀ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ବନାରସ ହିନ୍ଦୁ ୟୁନିଭରସିଟିରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ପ୍ରଫେସର ପଦବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୟୁନିର୍ଭସିଟିର ଅଫିସିଆଲ ୱେବସାଇଟ www.bhu.ac.in କୁ ଯାଇ ଆବେଦନ କରି ପାରିବେ । ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ପଦବୀ ବିବରଣୀ : ୩୦୭

ପ୍ରଫେସର : ୮୪

ଆସିଷ୍ଟାଣ୍ଡ ପ୍ରଫେସର : ୮୯

ଆସୋସିଏଟ ପ୍ରଫେସର : ୧୩୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୧

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ପ୍ରଫେସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅତିକମରେ ପିଏଚଡି କରିବା ସହିତ ୧୦ ବର୍ଷର ରିସର୍ଚ୍ଚ ପେପର ପବ୍ଲିସ ହୋଇଥିବା ଜରୁରୀ । ଏହା ସହିତ ୧୦ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ସେହିପରି ଆସୋସିଏଟ ପ୍ରଫେସର ପାଇଁ ପିଏଚଡି ସହିତ ୮ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।

ଚୟନ ପ୍ରକ୍ରିୟା : ବନାରସ ହିନ୍ଦୁ ୟୁନିଭରସିଟିରେ ଏହି ପଦବୀ ପାଇଁ ଚୟନ ଭିନ୍ନ ଭିନ୍ନ ପର‌୍ୟ୍ୟା ୟରେ ହେବ । ପ୍ରଥମେ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭରିଫିକେସନ ଦ୍ୱାରା ହେବ ।

ଆବେଦନ ଶୁଳ୍କ : ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଜେନେରାଲ, ଋଡଝ, ଓବିସି ପ୍ରାର୍ଥୀ ୧,୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ଚଡଊ, ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ପ୍ରଫେସର ପଦବୀ ପାଇଁ ୧,୪୪,୦୦୦ ଟଙ୍କାରୁ ୨,୧୮,୨୦୦ ମସକୁ ଦରମା ଦିଆଯିବ । ସେହିପରି ଆସୋସିଏଟ ପ୍ରଫେସର ୧,୩୧,୦୦୦ରୁ ୨,୧୭,୦୦୦ ଟଙ୍କା ଦରମା ମିଳିବ । ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଚୟନିତ ପ୍ରାର୍ଥୀଙ୍କୁ ୫୭,୦୦୦ରୁ ୧,୮୨,୦୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :

https://www.bhu.ac.in/Site/Page/1_3355_6219_Recruitment-and-Assessment-Cell-Teaching-Position

Get real time updates directly on you device, subscribe now.