fbpx

ସୁନା କିଣିବାର ରହିଛି ସୁବର୍ଣ୍ଣ ସୁଯୋଗ : ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ସୁନା ଦର

ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ଓ ରୁପାର ମୂଲ୍ୟ ବଢିବାକୁ ଲାଗିଥିବା ବେଳେ ଆଜି ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସୁନା ଓ ରୂପାର ଦର କେତେକ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ କେତେକ ସ୍ଥାନ ସାମାନ୍ୟ ବୃଦ୍ଧି ପାଇଛି । ଆଜି ଭାରତୀୟ ବଗାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୯୫୦ ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୯,୯୫୦ଟଙ୍କା ହୋଇଛି ।

ଓଡ଼ିଶାର ରାଜଧାନୀରେ ଆଜି ସୁନାର ମୂଲ୍ୟ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ୫୪,୭୫୦ଟଙ୍କା ଥିବା ବେଳେ, ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୯,୯୫୦ ଟଙ୍କା ରହିଛି । ଏଭଳି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ଦରରେ ପରିବର୍ତ୍ତନ ଆସିଛି । ପୂର୍ବ ଭଅରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୪,୭୫୦ଟଙ୍କା ଏବଂ ୫୯, ୯୫୦ ଟଙ୍କା ରହିଛି ।

ଆମ ଦେଶର ପ୍ରମୁଖ ସହର ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୯୫୦ ଟଙ୍କା ଓ ୫୯,୯୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୦୦ ଟଙ୍କା ଓ ୬୦,୧୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୨୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୨୩୦ଟଙ୍କା ଥିବା ରେକର୍ଡ ହୋଇଛି । ଏହା ସହ ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୭୫,୮୦୦ଟଙ୍କା ଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.