fbpx

ଗ୍ରାହକଙ୍କ ପାଇଁ ଖୁସି ଖବର: ୩୪୦୦ ଟଙ୍କା ଶସ୍ତା ହେଲା ସୁନା ଦର

Advertisement

ନୂଆଦିଲ୍ଲୀ: ସୁନା ଦରର ହ୍ରାସ-ବୃଦ୍ଧି ଉପରେ ସର୍ବଦା ଲୋକଙ୍କର ନଜର ରହିଥାଏ । ବିଶେଷ କରି ବିବାହ ସିଜିନମାନଙ୍କରେ ସୁନାର ଚାହିଦା କାହିଁରେ କେତେ ରହିଥାଏ । ସୁନା ଦର କେତେବେଳେ ବଢ଼ିବ ଆଉ କେତେବେଳେ ଖସିବ ତାହା ଆକଳନ କରିବା କଷ୍ଟକର ବ୍ୟାପାର ହୋଇଥିବାରୁ ଅନେକ ଲୋକ ଆଗୁଆ ସୁନା କିଣି ରଖିଦେଇଥାନ୍ତି । ତେବେ ଜିଲାଇ ମାସର ପ୍ରଥମ ଦିନରେ ସୁନା ଓ ରୂପା ଅଳଙ୍କାର ମୂଲ୍ୟରେ ହ୍ରାସ ଘଟିଛି ।

ଘରୋଇ ମାର୍କେଟରେ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୫୦୦ ଟଙ୍କାକୁ ଖସି ଆସିଥିବା ବେଳେ ରୂପା କିଲୋଗ୍ରାମକୁ ୮୬ ହଜାର ଟଙ୍କା ରହିଛି । ତେବେ ସୁନାର ଏହି ହ୍ରାସ-ବୃଦ୍ଧି ଫଳରେ ୪୦ ଦିନରେ ସୁନା ଦର ୩୪୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୂପା ଦର ୧୦ ହଜାର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟରେ ସମାନ ପରିସ୍ଥିତି ଜାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଜୁଲାଇ ପହିଲାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ସୁନା ମୂଲ୍ୟରେ ୨୦୭ ଟଙ୍କା ହ୍ରାସ ପାଇ ତାହା ୭୧,୩୭୫ ଟଙ୍କାରେ ପହଞ୍ଚିଥିଲା ।

ତଥ୍ୟ ମୁତାବକ, ଗତ ମେ ମାସ ୨୦ ତାରିଖରେ ୧୦ ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ୭୪,୭୭୭ ଟଙ୍କା ରହିଥିଲା । ଗତ ସୋମବାର ଦିନ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୬୦୬ ଟଙ୍କାରେ କାରବାର ହୋଇଥିଲା । ସେହିପରି ରୂପା ମୂଲ୍ୟରେ ମଧ୍ୟ ଏକ ବଡ଼ଧରଣର ହ୍ରାସ ଘଟିଛି । ପାଖାପାଖି ୧ ମାସ ପୂର୍ବରୁ ରୂପା କେଜି ୯୬,୭୦୯ ଟଙ୍କା ରହିଥିବା ବେଳେ ଏବେ ତାହା ୮୬,୭୦୯ ଟଙ୍କାକୁ ଖସି ଆସିଛି । ବିଦେଶୀ ମାର୍କେଟରେ ଏହି ସୁନା ଓ ରୂପା ମୂଲ୍ୟ ଆଉନ୍ସ ପିଛା ୪ ଡଲାର ହ୍ରାସ ଘଟି ୨୩୩୫ ଡଲାରରେ କାରବାର ହେଉଥିବା ବେଳେ ଭୁବଶ୍ୱେରରେ ୨୨ କ୍ୟାରେଟ ବିଶିଷ୍ଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୫,୬୦୦ ଟଙ୍କା ଓ ରୂପା କେଜି ୯୧,୦୦୦ ଟଙ୍କା ରହିଛି ।

Get real time updates directly on you device, subscribe now.