fbpx

ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ପୂର୍ବରୁ ଆସିଲା ଖୁସି ଖବର

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ପରସ୍ପରଙ୍କୁ ଭେଟିବେ । ଗତ ୨୦୨୨ ବିଶ୍ୱକପ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଇଂଲଣ୍ଡ । ତେଣୁ ଏଥର ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟାର୍ଗେଟ ହେଉଛି ଇଂଲଣ୍ଡ ।

ତେବେ ମ୍ୟାଚ ପୂର୍ବରୁ ବର୍ଷା ସମ୍ଭାବନା ଦେଖାଦେଇଛି । ଯଦି ମ୍ୟାଚ କୌଣସି କାରଣରୁ ବାଧାପ୍ରାପ୍ତ ହୁଏ, ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ବର୍ଷା ହେଲେ ବିଶ୍ୱର ଅଗଣିତ କ୍ରୀଡ଼ାପ୍ରେମୀ ଓ ଷ୍ଟାଡିୟମରେ ମ୍ୟାଚର ମଜା ନେବାକୁ ଟିକେଟ୍ କାଟିଥିବା ଦର୍ଶକମାନେ ନିରାଶ ହେବେ । ତେବେ ମ୍ୟାଚ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ ଏହା ମଧ୍ୟରେ ଆସିଛି ଖୁସି ଖବର । ରିପୋର୍ଟ ଲେଖାଯିବା ବେଳକୁ ରାତିରେ ବାଦଲ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବି ବର୍ଷାର କୌଣସି ସଙ୍କେତ ନାହିଁ । ଆକାଶ ମଧ୍ୟ ପରିଷ୍କାର ଦେଖାଦେଉଛି । ତେଣୁ ସେମିଫାଇନାଲ ମ୍ୟାଚରେ ମୌସୁମୀ ବାଧା ସାଜିବ ନାହିଁ ବୋଲି ଅନୁମାନ କରାଯାଉଛି । ଯଦି ବର୍ଷା ନହୁଏ ତେବେ ଦର୍ଶକମାନେ ଖୁସିରେ ମ୍ୟାଚର ମଜା ନେଇପାରିବେ ।

Get real time updates directly on you device, subscribe now.