fbpx

ଖୁସି ଖବର! ରଥଯାତ୍ରା ସମୟରେ ପୁରୀରେ ହେବ ବର୍ଷା, କମିଯିବ ଗୁଳିଗୁଳି

Advertisement

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଠାରୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତାକାଲି ରଥଯାତ୍ରାରେ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ମିଳିଛି । ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି ।

ରଥଯାତ୍ରା ଦେଖିବା ଲାଗି ବିଶ୍ୱର କୋଣ କୋଣରୁ ଭକ୍ତ ଆସିଥାନ୍ତି । ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଗରମ ସହ ଅସହ୍ୟ ଗୁଳି ଗୁଳି ମଧ୍ୟ ଅନୁଭୂତ ହେଉଛି । ତେବେ ପାଣି ପାଗ ବିଭାଗର ସୂଚନା ମୁତାବକ ଆସନ୍ତା କାଲି ପୁରୀରେ ବର୍ଷା ହେବ । ରଥଯାତ୍ରାରେ ଅକାଶ ମେଘୁଆ ରହିବା ସହ ଗୁଳିଗୁଳି ମଧ୍ୟ କମିଯିବ ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର କହିଛନ୍ତି ଯେ, ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ହେଲେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଗରମ କମିଯିବ । ଏଲନିନୋର ପ୍ରଭାବ ଓଡ଼ିଶା ଉପରେ ପଡିନଥାଏ । ତେଣୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।

Get real time updates directly on you device, subscribe now.