fbpx

ଏୟାରଟେଲ୍ 5G ୟୁଜର୍ସଙ୍କ ପାଇଁ ଖୁସି ଖବର! ନୂଆ ବର୍ଷ ପୂର୍ବରୁ ଲଞ୍ଚ ହେବ ଏହି ସହରରେ

ନୂଆଦିଲ୍ଲୀ: ଏୟାରଟେଲ ୫ଜି ସେବା ଧିରେ ଧିରେ ଭାରତରେ ବିସ୍ତାର କରାଯାଉଛି । ବର୍ତ୍ତମାନ ଏହି ଲିଷ୍ଟରେ ଅନ୍ୟ ୨ଟି ସହରର ନାମ ଯୋଡା ହୋଇଛି । ଟେଲିକମ କମ୍ପାନୀ ଏୟାରଟେଲ ୫ଜିକୁ ଉତ୍ତର ଭାରତରେ ଉପଲବ୍ଧ କରିସାରିଛି । କହିବାକୁ ଗଲେ ବ୍ୟବହାରକାରୀଙ୍କୁ ଅଲଗା ପ୍ଲାନ କିଛି ରିଚାର୍ଜ କରିବାକୁ ପଡ଼ିବ ନାହିଁ ।

ଏହି ଏୟାରଟେଲ ୫ଜି ସେବା ବର୍ତ୍ତମାନ ଜାମ୍ମୁ ଏବଂ ଶ୍ରୀନଗରରେ ସ୍ଥାପିତ କରାଯାଇଛି । ବର୍ତ୍ତମାନ ଏହି ଅଞ୍ଚଳରେ ରହୁଥିବା ଲୋକେ ସୁସଙ୍ଗତ ଭାବେ ୫ଜି ସ୍ମାର୍ଟଫୋନ ସହିତ ଏୟାରଟେଲ ୫ଜି ସର୍ଭିସ ବ୍ୟବହାର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଏୟାରଟେଲ ୪ଜି ସିମ୍ କୁ ଅପଡେଟ କରିବାକୁ ପଡ଼ିବ ନାହିଁ । ଏହି ଲଞ୍ଚ ସହିତ ଏୟାରଟେଲ ୫ଜି ସର୍ଭିସ ୧୦ରୁ ଅଧିକ ସହରରେ ଉପଲବ୍ଧ ହୋଇ ସାରିଛି । ଟେଲିକମ କମ୍ପାନୀ କହିଛି ଯେ, ଏୟାରଟେଲ ୫ଜି ଦେଶର ସବୁ କୋଣରେ ୨୦୨୪ ମାର୍ଚ୍ଚ ସୁଧା ପହଁଚି ଯାଇଥିବ । ଯେଉଁଠାରେ ଜିଓ ୨୦୨୩ ସୁଦ୍ଧା ଏହି ସେବା ପହଁଚାଇବାର କଥା କହିଛି ।

ଏହା ଦିଲ୍ଲୀ, ମୁମ୍ବାଇ, ଚେନାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ହନାଗପୁର, ବାରଣାସୀ, ପାନିପଥ, ଗୁଡଗାଁଓ, ଗୌହାଟୀ, ପାଟଣା, ଲକ୍ଷେ୍ନø, ଶିମଲା, ଇମ୍ଫାଲ, ହାଇଦ୍ରାବାଦ, ବିଜାଗ, ବିଶାଖାପାଟଣା ଏବଂ ଅନ୍ୟ କିଛି ସହରରେ ବ୍ୟବହାର କରାଯାଇପାରିବ ।
ଆପଣ ଯଦି ଏହି ସହରରେ ରହୁଛନ୍ତି ତେବେ ଆପଣ ଏୟାରଟେଲ ୫ଜି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କ ଫୋନର ସଫ୍ଟୱେୟାରକୁ ଲାଟେଷ୍ଟ ଅପଡେଟ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଫୋନରେ ୫ଜି ସେଟିଂକୁ ବଦଳାଇବାକୁ ପଡ଼ିବ । ସେଥିପାଇଁ ଆପଣଙ୍କୁ କେବଳ ନେଟୱାର୍କ ଅପସନରେ ପ୍ରିଫର ୫ଜି ନେଟୱର୍କରେ ସେଟିଂ କରିବାକୁ ପଡ଼ିବ ।

କେବଳ ଏୟାରଟେଲ ନୁହେଁ, ଜିଓ ମଧ୍ୟ କେତେକ ସହରରେ ଉପଲବ୍ଧ ହୋଇସାରିଛି । ସେଥିପାଇଁ ଆପଣ ଯୋଗ୍ୟତା ପୂର୍ଣ୍ଣ ସ୍ମାର୍ଟ ଫୋନରେ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ୫ଜି ପ୍ଲାନ ନେବାର ଆବଶ୍ୟକତା ପଡିବ ନାହିଁ । ଜିଓ ୱେଲକମ ଅଫରରେ ଅନଲିମିଟେଡ୍ ଡାଟା ୟୁଜର୍ସଙ୍କୁ ଦିଆଯାଉଛି ।

Get real time updates directly on you device, subscribe now.