ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର, ରିଚାର୍ଜ ପ୍ଲାନରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ଦେଶର ୨ୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ । ଦେଶରେ ପ୍ରାୟ ୩୯ କୋଟି ଏୟାରଟେଲ ୟୁଜର ଅଛନ୍ତି । ଏୟାରଟେଲ ଏହାର ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ସହ ଅନ୍ୟାନ୍ୟ ପ୍ଲାନ୍ ପ୍ରଦାନ କରୁଛି । କିନ୍ତୁ ଏୟାରଟେଲର କିଛି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କ ପାଇଁ ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସ(Accidental Insurance)ସୁବିଧା ପ୍ରଦାନ କରୁଛି । କହିରଖୁଛୁ ଗ୍ରାହକଙ୍କୁ ବୀମା ସୁବିଧା ପ୍ରଦାନ କରାଇବା ପାଇଁ ଏୟାରଟେଲ ICICI Lombard ସହ ପାର୍ଟନରଶିପ୍ କରିଛି । ଯଦି ଆପଣ ଆକ୍ସିଡେଣ୍ଟାଲ ହେଲ୍‌ଥ ଇନସ୍ୟୁରାନ୍ସ ନେଇ ନାହାଁନ୍ତି ତେବେ ଏୟାରଟେଲ ରିଚାର୍ଜ ସହ ଏହି ସୁବିଧାର ଫାଇଦା ଉଠାନ୍ତୁ ।

ଏୟାରଟେଲର ଆକ୍ସିଡେଣ୍ଟାଲ ବୀମାର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ହେଉଛି ୨୩୯ ଟଙ୍କାର । ଏଥିରେ ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ । ଏହି ପ୍ଲାନ୍ ଆପଣଙ୍କୁ ଅନଲିମିଟେଡ୍ ପ୍ରି କଲିଂ ସହ ଦୈନିକ 2 GB ଡାଟା ଏବଂ ୧୦୦ଟି ଫ୍ରି SMS ପ୍ରଦାନ କରିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ମୋଟ୍ 56 GB ଡାଟା ଅଫର କରୁଛି । ଏହି ରିଚାର୍ଜ ପ୍ଲାନ୍ ଅନ୍ତର୍ଗତ ୟୁଜର୍ସଙ୍କୁ ICICI Lombard ତରଫରୁ ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସ ପ୍ରଦାନ କରାଯାଇଥାଏ । କୌଣସି କାରଣ ବଶତଃ ମୃତ୍ୟୁ କିମ୍ବା ଦିବ୍ୟଙ୍ଗ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା ଏବଂ ହସ୍ପିଟାଲରେ ଭର୍ତ୍ତି ହେଲେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ ଏହି ବୀମା ସୁବିଧା ୩୦ ଦିନ ମଧ୍ୟରେ କଭର କରାଯାଇଥାଏ ।

ସେହିପରି ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସର ୨ୟ ରିଚାର୍ଜ ପ୍ଲାନ୍ ୩୯୯ ଟଙ୍କାର ରହିଛି । ଏହି ପ୍ଲାନ୍ ଅନ୍ତର୍ଗତ ଗ୍ରାହକଙ୍କୁ ୩୦ ଦିନ ପାଇଁ ଭାଲିଡିଟି ମିଳିଥାଏ । ଏଥିରେ ୨୩୯ ଟଙ୍କାର ରିଚାର୍ଜ ପ୍ଲାନ ଅନ୍ତର୍ଗତ ବୀମା ସୁବିଧା ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ୯୬୯ ଟଙ୍କାର ରିଚାର୍ଜ ପ୍ଲାନ୍ ରହିଛି ଯାହା ୮୪ ଦିନର ଭାଲିିଡିଟି ଏବଂ ମୋଟ୍ 126 GB ଡାଟା ମିଳିଥାଏ । ଦୈନିକ 1.5 GB ବ୍ୟବହାର କରିପାରିବେ ୟୁଜର । ଗ୍ରାହଣ ଜଣଙ୍କ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂ ଏବଂ ଦୈନିକ ଫ୍ରି SMS କରିପାରିବେ । କହିରଖୁଛୁ ଯଦି ଆପଣଙ୍କ ପାଖରେ ୧ରୁ ଅଧିକ ଏୟାରଟେଲ ସିମ୍ ରହିଛି ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ଇନସ୍ୟୁରାନ୍ସ ମିଳିବ । ଏହା ବ୍ୟତୀତ କମ୍ପାନୀ ଏକ ସର୍ତ୍ତ ଅନୁଯାୟୀ କେବଳ ୧୮ରୁ ୩୦ ବର୍ଷ ୟୁଜର୍ସ ଏହି ସୁବିଧାର ଲାଭ ଉଠାଇ ପାରିବେ ।