fbpx

ଦିଲ୍ଲୀ NCRବାସୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟ୍ସଆପରେ ବୁକ୍ କରିପାରିବେ DTC ବସ୍ ଟିକେଟ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜିରେ ନୂତନ ଫିଚର ମନୁଷ୍ୟ ଜୀବନକୁ ଆହୁରି ସରଳ କରିଦେଇଛି । ବର୍ତ୍ତମାନ ଘରେ ବସି ବ୍ୟକ୍ତି କିଛି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିପାରୁଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଆଉ ଏକ ସୁବିଧାଜନକ ଫିଚର ସହ ଲୋକଙ୍କୁ ସେବା ଯୋଗାଇବାକୁ ଆଗେଇ ଆସିଛି । ଏଣିକି ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ବସ ଟିକେଟ୍ ବୁକ୍ କରିପାରିବେ । ଏପ୍ରିଲ ୧୦ରୁ ଏହି ସୁବିଧା ଆରମ୍ଭ ହୋଇଛି ।

ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ(DTC) ଦ୍ୱାରା ଏହି ସୁବିଧା ଲାଗୁ କରାଯାଇଛି । ଏହି ସୁବିଧା ଅନ୍ତର୍ଗତ କେବଳ ଦିଲ୍ଲୀ DTCବାସୀ ଉପକୃତ ହେବେ । ପୂର୍ବରୁ ଦିଲ୍ଲୀ ମେଟ୍ରୋରେ ଯାତାୟାତ କରିବା ପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିବା ସୁବିଧା ଥିଲା । ସେହିପରି ହ୍ୱାଟ୍ସଆପ୍ ଚାଟବକ୍ସ ମାଧ୍ୟମରେ DTC ବସ ଟିକେଟ୍ ବୁକ୍ କରିହେବ । ହ୍ୱାଟ୍ସଆପ୍ ଚାଟବକ୍ସ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜଣିବା ହ୍ୱାଟ୍ସଆପ୍ ମାଧ୍ୟମରେ କିପରି DTC ବସ ଟିକେଟ୍ ବୁକ୍ କରିହେବ ।

୧. ପ୍ରଥମେ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟ୍ସଆପ୍ ଡାଉନଲୋଡ କରନ୍ତୁ । ଏହା ପରେ ଆଣ୍ଡ୍ରଏଡ୍ ଏବଂ iOS ଡିଭାଇସ୍ ବ୍ୟବହାରକାରୀ ନ୍ୟୁ ଚାଟ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

୨. ଏହା ପରେ + 91 8744073223 ନମ୍ବରରେ ଏକ ହାଏ ଲେଖି ପଠାନ୍ତୁ ।

୩. ଏହା ପରେ ହ୍ୱାଟ୍ସଆପ୍ ଚାଟବକ୍ସ ଆପଣଙ୍କୁ ହିନ୍ଦୀ କିମ୍ବା ଇଂରାଜୀ ଭାଷା ଚୟନ କରିବା ପାଇଁ ବିକଳ୍ପ ଦେବ । ଆପଣଙ୍କ ପସନ୍ଦର ଭାଷା ଉପରେ କ୍ଲିକ୍ କରନ୍ତୁ ।

୪. ଏହା ପରେ ଟିକେଟ୍ ବୁକ୍ କରିବା ପାଇଁ Book Ticket ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

୫. ଏହା ପରେ ଚାଟ ବକ୍ସ ଆପଣଙ୍କୁ ଏକ ଲିଙ୍କ ପଠାଇବ ଯାହା ଆପଣଙ୍କୁ ସିଧା DTC ୱେବସାଇଟକୁ ନେଇଯିବ ।

୬. ଏହା ପରେ ଆପଣ କେଉଁଠୁ(Source) କେଉଁଠିକି ଯିବେ(Destination) ସେହି ସ୍ଥାନ ନାମ ଚୟନ କରିବା ପରେ ପେମେଣ୍ଟ କରିବେ । ଏହା ପରେ ଟିକେଟ ଆପଣଙ୍କ ଫୋନରେ ଆସିଯିବ ।

ଆପଣଙ୍କୁ କହିରଖୁଛୁ ର ଏକ ଆପ୍ ମଧ୍ୟ ଅଛି । ଏହି ଆପ୍ ଫୋନରେ ଡାଉନଲୋଡ଼ କରି ସେବାର ଲାଭ ଉଠାଇପାରିବେ । ବୁକିଂ ପ୍ରକ୍ରିୟା ସମାନ ରହିବ । କିନ୍ତୁ ଏହି ଆପରେ ପେମେଣ୍ଟ ପାଇଁ ଅନେକ ସୁବିଧା ରହିଛି ।

Get real time updates directly on you device, subscribe now.