fbpx

୧ ମେ’ରୁ ଦେଶର ଏହି ସ୍ଥାନଗୁଡ଼ିକରେ ବିକ୍ରି ହେବନି OnePlus ଫୋନ୍, ଟାବଲେଟ୍! ଖୁଚୁରା ବ୍ୟବସାୟୀମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସଂଗଠିତ ରିଟେଲର୍ସ ଆସୋସିଏସନ୍ (ଓଆରଏ) ଆସନ୍ତା ୧ ମେ’ରୁ ତାରିଖରୁ ନିଜର ପ୍ରତିଷ୍ଠାନରେ ୱାନପ୍ଲସ୍ ପ୍ରଡକ୍ସ ବିକ୍ରି ବନ୍ଦ କରିବାକୁ ଧମକ ଦେଇଛି । କମ୍ପାନୀ ସହିତ ସମାଧାନ ହୋଇନଥିବା ବିବାଦ ହେତୁ ଓଆରଏ ଏହି ପଦକ୍ଷେପ ନେବାକୁ ଯାଉଛି ।

ୱାନପ୍ଲାସ ଟେକ୍ନୋଲୋଜି ଇଣ୍ଡିଆର ସେଲ୍ସ ଡାରେକ୍ଟର ରଞ୍ଜିତ ସିଂଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ, ଗତ ଏକ ବର୍ଷ ମଧ୍ୟରେ ରିଟେଲର ସଂଗଠନ ୱାନପ୍ଲସ ପ୍ରଡକ୍ଟ ବିକ୍ରିରେ ବହୁ ବାଧା ସୃଷ୍ଟି ହୋଇଛି । ଏହି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ ।

ଓଆରଏ କହିଛି ଯେ, କମ୍ପାନୀ ସହିତ ଏହି ସମସ୍ୟାର ସମାଧାନ ପାଇଁ ଆମର ନିରନ୍ତର ପ୍ରୟାସ ପରେ ବହୁତ କମ୍ ପ୍ରଗତି କିମ୍ବା ସମାଧାନ ହାସଲ କରାଯାଇଛି । ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଆମକୁ ଏହି କଠୋର ପଦକ୍ଷେପ ନେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ଯଦି ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ଚେତାବନୀକୁ କାମରେ କରି ଦେଖାନ୍ତି, ତେବେ ମେ ୧ ରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜୁରାଟର ୨୩୦୦ ଖୁଚୁରା ଚେନର ୪୫୦୦ ଷ୍ଟୋରରେ ୱାନପ୍ଲସ୍ ସ୍ମାର୍ଟଫୋନ୍, ଟାବଲେଟ୍ ଉପଲବ୍ଧ ହେବ ନାହିଁ ।

Get real time updates directly on you device, subscribe now.