fbpx

Zomato ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ପୂର୍ବରୁ ସିଡ୍ୟୁଲ କରିପାରିବେ ଅର୍ଡର, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ଲୋକପ୍ରିୟ ଫୁଡ୍ ଡେଲିଭରି ଆପ୍ ଜୋମାଟୋ(Zomato) । ଏହି ଆପ୍ ଗ୍ରାହକଙ୍କୁ ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପାଇଁ ସୁବିଧା ଯୋଗାଇ ଆସୁଛି । ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ । ନିକଟରେ ଜୋମାଟୋ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ୍ କରିଛି । ଫଳରେ ଅନେକ ଗ୍ରାହକ ଲାଭାନ୍ୱିତ ହୋଇପାରିବେ ।

କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ଦୀପିନ୍ଦର ଗୋୟଲ ଜୋମାଟୋର ନୂତନ ଫିଚରକୁ ନେଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆପଣ ୨ ଦିନ ପୂର୍ବରୁ ଭୋଜନ ଅର୍ଡ଼ର କରିପାରିବେ । ଆମେ ଏହାକୁ ସଠିକ୍ ସମୟରେ ଡେଲିଭର କରିବୁ । କମ୍ପାନୀ ଏହି ନୂତନ ସେବାକୁ ଅଧିକାଂଶ ରେଷ୍ଟୁରାଣ୍ଟ ଏବଂ ସହରରେ ବ୍ୟାପକ କରିବା ପାଇଁ ବିଚାର କରୁଛି । ନିକଟରେ କମ୍ପାନୀ ଏହାର ଇଣ୍ଟରସିଟି ଫୁଡ଼୍ ଡେଲିଭରି ସେବା ଏବଂ ହାଇପରଲୋକାଲ ଡେଲିଭରି ସେବା ଏକ୍ସଟ୍ରିମକୁ ବନ୍ଦ କରିଦେଇଛି । ଏହା ଗତ ବର୍ଷ ଅକ୍ଟୋବରରେ ଲଞ୍ଚ୍ କରାଯାଇଥିଲା ।’ ଏହି ନୂତନ ସେବା ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ମୁମ୍ବାଇ, ଅହମଦାବାଦ, ଚଣ୍ଡିଗଡ଼, ଲକ୍ଷ୍ନୌ ଏବଂ ଜୟପୁରର ପ୍ରାୟ ୧୩ ହଜାର ଆଉଟଲେଟରେ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଡର ପାଇଁ ଉପଲବ୍ଧ ।

 

Get real time updates directly on you device, subscribe now.