fbpx

ଆସିଲା ଖୁସି ଖବର: ଜାଣନ୍ତୁ ଏହି ଦିନ ୭୫ ଟଙ୍କାରେ ମିଳିବ ଫିଲ୍ମ ଟିକେଟ୍

ମୁମ୍ବାଇ: ଚଳଚିତ୍ର ଏପରି ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାକୁ ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି । କିଛି ଲୋକ ସିନେମା ହଲକୁ ଯାଇ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ ୨୦୦ ରୁ ୩୦୦ ଟଙ୍କାର ଟିକେଟ୍ କିଣିବାକୁ ପଡିବ । ଠିକ୍ ସେହିପରି ଆପଣ ଯଦି ନିଜ ପରିବାର ସହ ସିନେମା ଦେଥିବାକୁ ଯୋଜନା କରନ୍ତି ତେବେ ଆପଣଙ୍କୁ ଅତି କମରେ ଟିକେଟ ପାଇଁ ୮୦୦ରୁ ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଏହାରି ମଧ୍ୟରେ ହଲକୁ ଯାଇ ଫିଲ୍ମ ଦେଖିବାକୁ ଭଲ ପାଉଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଖୁସି ଖବର । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏବଂ ଜାତୀୟ ଚଳଚିତ୍ର ଦିବସ ଅବସରରେ ଦେଶର ସମସ୍ତ ସିନେମା ଘରେ ସେହି ଦିନ ମାତ୍ର ୭୫ ଟଙ୍କାରେ ସିନେମା ଟିକେଟ୍ ଉପଲବ୍ଧ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ପ୍ରକୃତରେ ଆମେରିକାରେ ୩ ସେପ୍ଟେମ୍ବର ଅର୍ଥାତ ଆଜି ଜାତୀୟ ଚଳଚିତ୍ର ଦିବସ ପାଳନ କରାଯାଉଛି । ଯେଉଁଥିରେ ଆମେରିକା ସିନେମା ଟିକେଟର ମୂଲ୍ୟକୁ କମ କରିଦେଇଛି । ଯେଉଁ ଟିକେଟର ମୂଲ୍ୟ ୯ ଡଲାର ଥିଲା ତାକୁ ୩ ଡଲାରକୁ କମାଇ ଦିଆଯାଇଛି । ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୨୩୯ ଟଙ୍କା ହେବ । ସେହିପରି ଭାରତରେ ମଧ୍ୟ ସମସ୍ତ ସିନେମା ଘରେ ମାତ୍ର ୭୫ ଟଙ୍କାରେ ଆପଣ ସିନେମା ଦେଖି ପାରିବେ । ତେବେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରୀ ହୋଇଥିବା ଏହି ଅଫର ମାତ୍ର ଗୋଟିଏ ଦିନ ଅର୍ଥାତ୍ ୧୬ ସେପ୍ଟେମ୍ବର ଦିନ ପାଇଁ ଉପଲବ୍ଧ ରହିଛି ।

ଏନେଇ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଉଛି । ଯେଉଁଥିରେ କୁହାଯାଇଛି ଯେ ଜାତୀୟ ଚଳଚିତ୍ର ଦିବସ ଅବସରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସିନେମା ମାଧ୍ୟମରେ ବାନ୍ଧି ରଖିବା ଆମର ଲକ୍ଷ । ତେଣୁ ଏହି ଦିନ ଅର୍ଥାତ ଚଳିତ ମାସ ସେପ୍ଟେମ୍ବର ୧୬ ତାରିଖରେ ସାରା ଦେଶରେ ମାତ୍ର ୭୫ ଟଙ୍କାରେ ପ୍ରତ୍ୟେକ ବ୍ୟକ୍ତି ସିନେମା ଦେଖିବାର ଆନନ୍ଦ ନେଇ ପାରିବେ ।

Get real time updates directly on you device, subscribe now.