fbpx

Liger ର ସୁଟିଂ ଆରମ୍ଭ; ପରଦାକୁ ଫେରିବେ Arjun Reddy

ମୁମ୍ବାଇ: ତେଲୁଗୁ ଷ୍ଟାର ବିଜୟ ଦେବରକୋଣ୍ଡା ପୁଣି ଥରେ ପରଦାକୁ ଫେରୁଛନ୍ତି। ଅର୍ଜୁନ ରେଡ୍ଡୀ ଷ୍ଟାର ବିଜୟ ଦେବରକୋଣ୍ଡା ନିଜ ବଲିଉଡ ପଦାର୍ପଣ ଫିଲ୍ମ liger ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଫିଲ୍ମର ଅଧା ସୁଟିଂ ସାରିଥିବା ବେଳେ ଲକଡାଉନ କାରଣରୁ ଏହା ବନ୍ଦ ରହିଥିଲା। ଅନ୍ୟ ଅଭିନେତା ମାନେ ନିଜ ଫିଲ୍ମ ସୁଟିଂ ଆରମ୍ଭ କରିଥିବା ବେଳେ ବିଜୟଙ୍କ କିଛି ପତା ନଥିଲା। ତେବେ ଶନିବାର ମିଳିଥିବା ସୁଚନା ଅନୁସାରେ ଏହି ଫିଲ୍ମର ସୁଟିଂ ଆଉଥରେ ଆରଂଭ ହେବା।
ଗୋଆରେ ପ୍ରାୟ ୧ ମାସ ପାଇଁ ଫିଲ୍ମର ସୁଟିଂ କରାଯିବ। ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଏବଂ ପ୍ରଯୋଜକ ଚାର୍ମି କୌରଙ୍କୁ edର ଜେରା କାରଣରୁ ସୁଟିଂ ବିଳମ୍ବ ହୋଇଥିଲା। କରନ୍ ଯୋହର ଏହି ଫିଲ୍ମର ଅନ୍ୟତମ ପ୍ରଯୋଜକ ରହିଥିବା ବେଳେ ଫିମେଲ୍ ଲିଡ୍ ଅଛନ୍ତି ଅନନ୍ୟା ପାଣ୍ଡେ।

Get real time updates directly on you device, subscribe now.