fbpx

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଖବର ସାମ୍ନାକୁ ଆସିଛି । ରେଳ ଧାରଣା ଉପରେ ମାଟି ଅତଡା ଖସିପଡିବାରୁ ଟ୍ରେନ ଲାଇନଚ୍ୟୁତ ହେବା ଜଣାପଡିଛି । ବୋରାରୁ ଶିବଲିଙ୍ଗପୁରମ ଟ୍ରାକରେ ଖସିପଡିଛି ମାଟି ଅତଡା । ଲାଇନଚ୍ୟୁତ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନା ଅନୁଯାୟୀ, କୋରାପୁଟର ବୋରାରୁ ଶିବଲିଙ୍ଗପୁରମ ଟ୍ରାକରେ ମାଟି ଅତଡା ଖସିପଡିଛି । ଏହି ମାଟି ଅତଡାକୁ ଦେଖି ମାଲବାହୀ ଟ୍ରେନ ଡ୍ରାଇଭର ହଠାତ ବ୍ରେକ ମାରିଥିଲେ । ଏଥିରେ ଟ୍ରେନର ଇଞ୍ଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୋରାପୁଟ-ବିଶାଖପାଟଣାକୁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଟ୍ରାକ ଉପରେ ମାଟି ଅତଡା ଖସିପଡିଛି । ଏନେଇ ୪ଟି ଟ୍ରେନକୁ ବାତିଲ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ପ୍ରାଣହାନି ହେବା ଜଣାଯାଇନାହିଁ ।

Get real time updates directly on you device, subscribe now.