ନୂଆଦିଲ୍ଲୀ: ଟେକ୍ନିକ୍ ଓ ସ୍ମାର୍ଟଫୋନ୍ ବ୍ୟବହାରରେ ସାଇବର୍ କ୍ରାଇମ୍ ଏକ ସାଧାରଣ କଥା ହୋଇଗଲଶଣି । ପ୍ରତିଦିନ କେହି ନା କେହି ଠକଙ୍କ ଜାଲରେ ପଡ଼ୁଛନ୍ତି । ହ୍ୟାକର୍ ମାନେ ବିଭିନ୍ନ ଆପ୍ ଗୁଡ଼ିକର ସିକ୍ୟୁରିଟି ସିଷ୍ଟମ୍ କୁ କ୍ରାକ୍ କରି ଲୋକଙ୍କ ତଥ୍ୟ ଚୋରି କରୁଛନ୍ତି । ନିକଟରେ ଦେଶର ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଇଣ୍ଡିଆନ୍ କମ୍ପ୍ୟୁଟର୍ ଏମର୍ଜେନ୍ସି ରେସପନ୍ସ ଟିମ୍ ଗୁଗୁଲ୍ କ୍ରୋମ ବ୍ୟବହହାରକାରୀଙ୍କୁ ଏକ ଚେତାବନୀ ଦେଇଛନ୍ତି ।
ଇଣ୍ଡିଆନ୍ କମ୍ପ୍ୟୁଟର୍ ଏମର୍ଜେନ୍ସି ରେସପନ୍ସ ଟିମ୍ ଙ୍କର କହିବା କଥା ଯେ, ଗୁଗୁଲ୍ କ୍ରୋମ ଜରିଆରେ ହ୍ୟାକର୍ ମାନେ ସହଜରେ ଆପଣଙ୍କ ଫୋନ୍ ରୁ ତଥ୍ୟ ଚୋରି କରିପାରନ୍ତି । କାରଣ ଗୁଗୁଲ କ୍ରୋମ୍ ର ସିକ୍ୟୁରିଟି ବ୍ୟବସ୍ଥାରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଆପଣ ମାନେ ସାବଧାନ ରହିବା ନିହାତି ଜରୁରୀ । ଆପଣ ମାନେ ଗୁଗୁଲ୍ କ୍ରୋମ୍ ରେ ବ୍ୟବହାର କରାଯାଉଥିବା ପ୍ଲାଟଫର୍ମ କାରଣରୁ ହ୍ୟାକିଂର ସମସ୍ୟା ବଢ଼ିଯାଇପାରେ । ବହୁଳ ଭାବେ ବ୍ୟବହାର ହେଉଥିବା ପ୍ଲାଟଫର୍ମ ଓ ଫିଚର୍ସ ଯେପରିକି ସେଫ୍ ବ୍ରାଉଜିଂ, ରିଡର୍ସ ମୋଡ୍, ୱେବ୍ ସର୍ଚ୍ଚ, ଥମ୍ବନେଲ୍ ଟ୍ୟାବ୍ ସ୍ଟ୍ରିପ୍, ପେମେଣ୍ଟସ୍ ଆଦି ସମସ୍ୟା ବଢ଼ାଇପାରେ । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ଆପଣ ଗୁଗୁଲ୍ କୁ ଖୁବ୍ ଶୀଘ୍ର ଅପଡେଟ୍ କରିନିଅନ୍ତୁ । ୱଣ୍ଡୋସ୍ , ମ୍ୟାକ୍ ଓ ଲିନକ୍ସ ପାଇଁ ସ୍ୱତନ୍ତ୍ର ଅପଡେଟ୍ ଜାରି ହୋଇଛିା