fbpx

ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗଲ ଭାରତରେ ‘ଗୁଗଲ ଫର ଇଣ୍ଡିଆ’ର ଆୟୋଜନ କରିଥାଏ । ଏହି ସମୟରେ କମ୍ପାନୀ ଭାରତକୁ ନେଇ ଏହାର ଯୋଜନା ବିଷୟରେ କହିଥାଏ । ଭାରତୀୟ ୟୁଜର୍ସଙ୍କ ଅନୁଯାୟୀ ନୂଆ ଫିଚର୍ସ ମଧ୍ୟ ଲଞ୍ଚ କରିଥାଏ । ଚଳିତ ବର୍ଷ ଗୁଗଲ ଫର ଇଣ୍ଡିଆ ଇଭେଣ୍ଟ ୧୮ ନଭେମ୍ବରରେ ଆରମ୍ଭ ହେବ । ଏହା ଦେଶରେ ଗୁଗଲର ସପ୍ତମ ଇଭେଣ୍ଟ । ତେବେ କରୋନା ମହାମାରୀ କାରଣରୁ ଏହା ଭର୍ଚୁଆଲ ମାଧ୍ୟମରେ ହେବାକୁ ଯାଉଛି । ଏହାର ଲାଇଭ ଷ୍ଟ୍ରିମିଙ୍ଗ କରାଯିବ ।

ସୂଚନାଯୋଗ୍ୟ, ଏହି ଗୁଗଲ ଫର ଇଣ୍ଡିଆ ଇଭେଣ୍ଟରେ ହିଁ କମ୍ପାନୀ ଗୁଗଲ ‘ତେଜ୍’ କୁ ଲଞ୍ଚ କରିଥିଲା ଯାହାକୁ ପରେ ‘ଗୁଗଲ ପେ’ ନାମରେ ପରିବର୍ତ୍ତନ କରିଥିଲା । ତେବେ ପୂର୍ବରୁ କମ୍ପନୀରେ ଭାରତରେ ପିକ୍ସେଲ ୬ ସିରିଜ ଲଞ୍ଚ କରିବାକୁ ମନା କରିଦେଇଛି । ତେବେ ଏହି ଇଭେଣ୍ଟରେ କମ୍ପାନୀ ଏହାର ପ୍ରୋଡକ୍ଟର ନୂଆ ଫିଚର୍ସ ବିଷୟରେ କହିପାରେ । ନଭେମ୍ବର ୧୮ ସକାଳ ୧୦ଟାରେ ଆରମ୍ଭ ହେବ । ଇଭେଣ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଯୋଗଦେବେ । ଗୁଗଲ ତରଫରୁ ଗୁଗଲ ଇଣ୍ଡିଆର ସିଇଓ ସଞ୍ଜୟ ଗୁପ୍ତା ଉପସ୍ଥିତ ରହିବେ । ଏହି ଇଭେଣ୍ଟକୁ ଆପଣ ୟୁ-ଟ୍ୟୁବରେ ଲାଇଭ ଦେଖିପାରିବେ ।

Get real time updates directly on you device, subscribe now.