ଗୁକେଶଙ୍କୁ ବଡ଼ Gift ଦେଲା Google: ବିଶ୍ୱ ଚମ୍ପିଆନଙ୍କ ପାଇଁ ବଦଳିଗଲା Doodle

ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ଡି. ଗୁକେଶ । ମାତ୍ର ୧୮ ବର୍ଷ ବୟସରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ବିଶ୍ୱ ଚେସ୍ ଚମ୍ପିଆନର ମୁକୁଟ ପିନ୍ଧିଛନ୍ତି । ଏହାସହିତ ସେ ସୃଷ୍ଟି କରିଛନ୍ତି ଏକ ବଡ଼ ଇତିହାସ । ବିଶ୍ୱ ଚମ୍ପିଆନ ସାଜିବା ପରେ ଗୁକେଶଙ୍କୁ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ଏହି ତାଲିକାରେ ସାମିଲ ହୋଇଛି ‘Google’ । ଗୁକେଶଙ୍କ ସଫଳତାକୁ ଶ୍ରେୟ ଦେବା ପାଇଁ ଗୁଲ ମଧ୍ୟ ନିଜ Doodleକୁ ପରିବର୍ତ୍ତନ କରିଛି । ଏକ ନିଆରା ଢଙ୍ଗରେ ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛି ଗୁଗଲ ।

ମାତ୍ର ୧୮ ର୍ବେ ବୟସରେ ବିଶ୍ୱ ଚେସ୍ ଚମ୍ପିଆନ୍ ପାଲଟିଥିବା ଗୁକେଶଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ବଡ଼ ଉପହାର ଦେଇଛି ଗୁଗଲ । ଗୁକେଶଙ୍କ ସଫଳତାକୁ ନିଜ ଡୁଡଲରେ ସ୍ଥାନ ଦେଇଛି ଗୁଗଲ । ଗୁକେଶଙ୍କ ବିଜୟ ପରେ ଏହାର ଡୁଡୁଲକୁ ଚେସ୍ ଥିମରେ ଉପସ୍ଥାପନ କରାଯାଇଛି । ଚେସ୍ ଖେଳର କିଛି ସ୍ପେସାଲ ଚାଲ୍ କୁ ଗୁଗଲର ଡୁଡୁଲରେ ଦେଖିବାକୁ ମିଳିଛି । ରାଜା, ଘୋଡ଼ା, ହାତୀ ଏବଂ ଅନ୍ୟ ଚାଲ୍ ଡୁଡୁଲରେ ଉପସ୍ଥାପନ କରିଛି ଗୁଗଲ । ଏହା ସାହାଯ୍ୟରେ କମ୍ପାନୀ ଗୁକେଶଙ୍କ ବିଜୟର ଗର୍ବିତ ମୁହୂର୍ତ୍ତକୁ ଶୁଭେଚ୍ଛା ପ୍ରଦାନ କରିଛି । ହୋମପେଜରେ ଏହି ପରିବର୍ତ୍ତନ ସହ ଗୁଗଲ ଗ୍ଲୋବାଲ ଇଭେଣ୍ଟ ପାଳନ କରୁଛି ।

Google doodle (Credits: Google)

ଗୁଗୁଲ୍ ଡୁଡଲ୍ସକୁ ଏକ ଅଭିନବ ଏବଂ ଆକର୍ଷଣୀୟ ଉପାୟ ଭାବରେ ବିବେଚନା କରାଯାଇଛି ଯାହା ମାଧ୍ୟମରେ ଜ୍ଞାନ ଏବଂ ସଫଳତା ସମଗ୍ର ବିଶ୍ୱରେ ପ୍ରଭାବଶାଳୀ ଭାବରେ ବାଣ୍ଟିହେବ । ଉଦାହରଣ ସ୍ୱରୁପ, କିଛି ଛୁଟିଦିନ କିମ୍ବା ବାର୍ଷିକ ଉତ୍ସବରେ, କିମ୍ବା କିଛି ପ୍ରସିଦ୍ଧ ବ୍ୟକ୍ତି ଏବଂ ଇଭେଣ୍ଟ ସମ୍ମାନାର୍ଥେ, ସାଧାରଣ ଗୁଗୁଲ୍ ଲୋଗୋ ମନୋରଞ୍ଜନକାରୀ ଏବଂ ଅତି ସୃଜନଶୀଳ ଆନିମେସନ୍ ଦ୍ୱାରା ସ୍ଥାନିତ ହୁଏ ।

Google doodle (Credits: Google)

ଗୁଗୁଲ୍ ଡୁଡଲ୍ସର ଏଭଳି ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ଟିମ୍ ରହିଛି । ଏହି ଟିମ୍ କଳାକାର ଏବଂ ଇଞ୍ଜିନିୟର ମାନଙ୍କୁ ନେଇ ଗଠନ କରାଯାଇଛି । ଯେଉଁମାନେ ସର୍ଚ୍ଚ ପୃଷ୍ଠାକୁ ଅଧିକ ଆକର୍ଷଣୀୟ ଏବଂ ସୂଚନାପୂର୍ଣ୍ଣ କରିବା ପାଇଁ ଏକତ୍ର କାର୍ୟ୍ୟ କରନ୍ତି । ଏହି ଡୁଡଲ୍ସ ପ୍ରାୟତଃ ଏକ ଇଣ୍ଟରାକ୍ଟିଭ୍ ଉପାଦାନ ପ୍ରଦାନ କରିଥାଏ, ଯାହା ଉପଭୋକ୍ତାମାନଙ୍କୁ ଖେଳ ଖେଳିବାକୁ କିମ୍ବା ଥିମ୍ ସହିତ ଜଡିତ ମଜାଳିଆ ତଥ୍ୟ ଶିଖିବାକୁ ଅନୁମତି ଦେଇଥାଏ ।