ଗୁଗୁଲରେ ଏହି କର୍ମଚାରୀଙ୍କର ଚାଲିଯିବ ଚାକିରି: ସୁନ୍ଦର ପିଚାଇ କଲେ ଛଟେଇର ଘୋଷଣା

ନୂଆଦିଲ୍ଲୀ: ଗୁଗୁଲ୍ କର୍ମଚାରୀଙ୍କ ପାଇଁ ଏକ ଖରାପ ଖବର ଅଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ କମ୍ପାନୀର ନିର୍ଦ୍ଦେଶକ, ଉପାଧ୍ୟକ୍ଷଙ୍କ ସମେତ ମ୍ୟାନେଜର ପଦବୀରେ କାର୍ଯ୍ୟ କରୁଥିବା ପ୍ରାୟ ୧୦% କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ସୂଚିତ କରିଛନ୍ତି । କୁହାଯାଉଛି ଯେ ଓପନଏଆଇରୁ ପ୍ରତିଯୋଗିତା ବୃଦ୍ଧି ହେତୁ କମ୍ପାନୀ ଏଭଳି ପଦକ୍ଷେପ ନେବାକୁ ଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ସୁନ୍ଦର ପିଚାଇ କହିଛନ୍ତି ଯେ କମ୍ପାନୀକୁ ପ୍ରଭାବଶାଳୀ ତଥା ଏହାର ଗଠନକୁ ସରଳ କରିବା ପାଇଁ ଗୁଗୁଲ ଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ କରିଛି । ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଗୁଗୁଲ ବର୍ତ୍ତମାନ ମ୍ୟାନେଜର, ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଟେଣ୍ଟ ଭଳି ପଦବୀରେ ଚାକିରି ଛଟେଇ କରିବ । ଏହା କୁହାଯାଉଛି ଯେ ଛଟେଇ କରାଯାଉଥିବା ୧୦% କର୍ମଚାରୀଙ୍କ ମଧ୍ୟରୁ କିଛି ର୍କମଚାରୀଙ୍କ କାମକୁ ପରିବର୍ତ୍ତନ କରାଯିବ ଓ କିଛି କର୍ମଚାରୀଙ୍କ ହଟାଇ ଦିଆଯିବ ।

୨୦୨୨ ବର୍ଷ ପୂର୍ବରୁ ଗୁଗୁଲ ଏହାର ପ୍ରାୟ ୧୨୦୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଥିଲା । ଗତ ମେ ୨୦୨୪ ରେ, ଗୁଗୁଲ ଏହାର ମୂଳ ଦଳରୁ ୨୦୦ କାର୍ଯ୍ୟନିର୍ବାହୀଙ୍କୁ ବରଖାସ୍ତ କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ସୁନ୍ଦର ପିଚାଇ ‘ଗୁଗଲିନେସ୍’ ଶବ୍ଦର ଅର୍ଥ ବ୍ୟାଖ୍ୟା କରିଥିଲେ । ପିଚାଇ କହିଥିଲେ ଯେ ଆଧୁନିକ ଗୁଗୁଲକୁ ଅପଡେଟ୍ କରିବା ପାଇଁ କର୍ମଚାରୀଙ୍କର ଆବଶ୍ୟକ ହୋଇଥାଏ ।