fbpx

Google Map ଫଲୋ କରି ଆଗକୁ ଯାଉଥିଲେ ପରିବାର: ଟର୍ଣ୍ଣ ନେବା ମାତ୍ରେ କେନାଲରେ ପଡ଼ିଗଲା କାର୍

ନୂଆଦିଲ୍ଲୀ: ଆମ ଜୀବନକୁ ସହଜ କରିବା ପାଇଁ ଗୁଗୁଲ୍ ମ୍ୟାପ୍ ଡିଜାଇନ୍ ହୋଇଛି, କିନ୍ତୁ ମ୍ୟାପରେ ଥିବା ଦିଗଗୁଡ଼ିକୁ ଅନୁସରଣ କରିବା ଜରୁରୀ ନୁହେଁ, କାରଣ ଏହା ବେଳେବେଳେ ଆମକୁ ଭୁଲ ରାସ୍ତା ଦେଖାଇଥାଏ । ଗୁଗୁଲ ମ୍ୟାପ୍ ବ୍ୟବହାର କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏପରି କିଛି ଘଟିଯାଇଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । କେରଳର ଗୋଟିଏ ପରିବାରର ୪ ଜଣ ଗୁଗୁଲ୍ ମ୍ୟାପ୍ ଅନୁସରଣ କରିଥିଲେ, ଯାହା ସେମାନଙ୍କୁ ଅସୁବିଧାରେ ପକାଇଥିଲା । ସୌଭାଗ୍ୟବଶତଃ ତାଙ୍କ କାରଟି କେନାଲରେ ପଡ଼ିଗଲା ପରେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ତେବେ ଗାଡ଼ି ଚଳାଇବା ସମୟରେ ଭୁଲ ବାଟରେ ଯାଇ ସେମାନେ ବନ୍ୟା ଅଞ୍ଚଳରେ ପହଞ୍ଚିଯାଇଥିଲେ । ପାରାଚାଲର କୋଟାୟାମ ନିକଟରେ ଯେଉଁଠାରେ କେନାଲ ଥିଲା, ସେଠାରେ କାରଟି ତଳକୁ ଖସି ପଡ଼ିଥିଲା । ପରିବାର ଲୋକେ ଏର୍ନାକୁଲାମରୁ କୁମ୍ଭନାଡ଼ ଫେରୁଥିବା ସମୟରେ ରାତି ପ୍ରାୟ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ସାହାର୍ଯ୍ୟ କରିଥିଲେ । କାର ୩୦୦ ମିଟର ତଳକୁ ଖସିପଡ଼ିଥିଲା, ଯାହାଫଳରେ ପରିବାର ଲୋକଙ୍କ ଅବସ୍ଥା ଖରାପ ହୋଇଥିଲା । କାରଟି ତଳକୁ ଯିବା ମାତ୍ରେ ପରିବାର ଲୋକଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ କାରରୁ ଦଉଡ଼ିରେ ବାନ୍ଧିଥିଲେ । ଶେଷରେ ଲୋକମାନେ ପୀଡିତ ପରିବାରର ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ । ଯଦି ସ୍ଥାନୀୟ ଲୋକେ ନଥାନ୍ତେ, ତେବେ ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ଯୋଗୁଁ ବଡ଼ ଅଘଟଣା ଘଟିଥାନ୍ତା ।

Get real time updates directly on you device, subscribe now.