Google Pay ଦେଉଛି ୧୦ ଲକ୍ଷ ପର୍ଯ୍ୟନ୍ତ Personal Loan, ଜାଣନ୍ତୁ କିଏ ଏବଂ କିପରି କରିବେ ଆବେଦନ

ଗୁଗଲ ପେ ଦେଉଛି ପର୍ସନାଲ ଲୋନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଡିଜିଟାଲ ୱାଲେଟ୍ ଗୁଗଲ ପେ ଦେଶର ଅନେକ ବ୍ୟାଙ୍କଗୁଡ଼ିକ ସହ ଡିଲ୍ କରି ପର୍ସନାଲ ଲୋନ୍ ଲୋକଙ୍କୁ ପ୍ରଦାନ କରୁଛି। ବ୍ୟାଙ୍କ ୩୦ ହଜାର ଟଙ୍କାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ପର୍ସନାଲ ଲୋନ ଦେଉଛି।

ଲୋନର ଅବଧି ୬ ମାସଠାରୁ ୫ ବର୍ଷ ପର୍ଯ୍ୟନ୍ତ। ଯଦି ଆପଣ ଗୁଗଲ ପେରୁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଏତିକି ପଡିବ ସୁଧ: ଯଦି ଆପଣ ଗୁଗଲ ପେ ଲୋନ ନେଉଛନ୍ତି ତେବେ ଆପଣଙ୍କୁ ସୁଧ ୧୦.୫୦% ରୁ ୧୫% ପର୍ଯ୍ୟନ୍ତ ସୁଧ ସୁଝିବାକୁ ପଡିବ। ସୁଧର ଦର କ୍ରେଡିଟ ସ୍କୋର ଆଧାରରେ ଧାର୍ଯ୍ୟ ହୋଇଥାଏ।

ଲୋନ ନେବାର ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ଅନେକ ପେପର ଜମା କରିବାର ଆବଶ୍ୟକତା ପଡେ ନାହିଁ। ଲୋନ ନେଉତୁବା ବ୍ୟକ୍ତିଙ୍କ ବୟସ ୨୧ରୁ ଅଧିକ ବର୍ଷ ହୋଇଥିବା ଦରକାର।

ଏଥିସହ ରେଗୁଲାର ଇନକମର ଉତ୍ସ ଜାଣିବା ନିହାତି ଆବଶ୍ୟକ। ଇଏମଆଇର ପେମେଣ୍ଟ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିବ।

ଅବେଦନ:
-ଗୁଗଲ ପେ ଆପ ଖୋଲନ୍ତୁ ଏବଂ ମନି ଟ୍ୟାବ୍ କୁ ଯାଆନ୍ତୁ।
-ଲୋନ୍ ସେକ୍ସନରେ ଉପଲବ୍ଧ ଅଫର ଦେଖନ୍ତୁ।
-ଉପଲବ୍ଧ ଅଫର ଅଫରରେ ଟ୍ୟାପ କରନ୍ତୁ ଏବଂ ନିର୍ଦ୍ଦେଶର ପାଳନ କରନ୍ତୁ।
-କେୱାଇସି ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଲୋନ ଏଗ୍ରୀମେଣ୍ଟରେ ଇ-ସାଇନ କରନ୍ତୁ।
-ଲୋନ ସ୍ୱୀକୃତୀ ପରେ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।