fbpx

Google Pixel 8 ଏବଂ Pixel 8 Pro ଆଜି ଲଞ୍ଚ ହେବ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖି ପାରିବେ ଲାଇଭ ଭିଡିଓ

ନୂଆଦିଲ୍ଲୀ : ଶେଷରେ ସେହି ସମୟ ଆସି ଯାଇଛି । ଯାହାକୁ ଗୁଗଲ ଫ୍ୟାନମାନେ ଅପେକ୍ଷା କରିଥିଲେ । ଗୁଗଲ ଆଜି ତାହାର ମୋଷ୍ଟ ଅପଡେଟେଡ ସିରିଜ Google Pixel 8  କୁ ଲଞ୍ଚ କରିବ । ପିକସେଲ ୮ ସିରିଜର ଅପେକ୍ଷା ଲୋକମାନଙ୍କୁ ଅନେକ ଦିନରୁଥିଲା । କିନ୍ତୁ ଆପେଲ ଆଇ ଫୋନ ୧୫ ଆସିବା ପରେ ପୁଣି ପିକସେଲ ୮ କୁ ନେଇ ଲୋକମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଲୋକମାନଙ୍କୁ ପିକସେଲ ଉପରେ ଆଶା ଅଛି ଗୁଗଲ ଏଥିରେ ଏପରି କିଛି ଫିଚର ଆଣିବ ଯାହା ଦ୍ୱାରା ଏହା ଆଇଫୋନ ୧୫କୁ ଟକ୍କର ଦେଇ ପାରିବ । ଗୁଗଲର ମେଡ ବାୟ ଗୁଗଲ ଇଭେଣ୍ଟ ଭାରତୀୟ ସମୟ ଅନୁସାରେ ୭.୩୦ ରେ ଆରମ୍ଭ ହେବ ।

ପିକସେଲ ୮ ସିରିଜରେ ଦୁଇଟି ସ୍ମାଟ ଫୋନ ଲଞ୍ଚ ହେବ । ଯେଉଁଥିରେ ଗୋଟିଏ ହେଉଛି Google Pixel 8 ଏବଂ Google Pixel 8 Pro । ଏହା ସହିତ କମ୍ପାନୀ ୱୟାରଲେସକୁ ମଧ୍ୟ ଲଞ୍ଚ କରିବ । ଗୁଗଲ ଅପକମିଙ୍ଗ ପିକସେଲ ୱାଚ ଲଞ୍ଚ କରିବ । ଯଦି ଗୁଗଲର ଏହି ମେଗା ଇଭେଣ୍ଟର ଲାଇଭ ଷ୍ଟ୍ରିମିଙ୍ଗ ଦେଖିବାକୁ ଚାହାନ୍ତି ତେବେ ଆପଣ ଏହାକୁ କମ୍ପାନୀ ଅଫିସିଆଲ ୱେବସାଇଟରେ ଦେଖିପାରିବେ । ଆପଣ ଏହାକୁ ଇନଷ୍ଟାଗ୍ରାମ, ଫେସବୁକ, ଏକ୍ସ ପ୍ଲାଟଫର୍ମରେ ଦେଖି ପାରିବେ । ଏହି ଦୁଇଟି ଫୋନରେ ଦମଦାର ଫିଚର ମଧ୍ୟ ରହିଛି ।

Get real time updates directly on you device, subscribe now.