Google Play Storeରୁ ଡିଲିଟ କରାଗଲା ୩୦୦ରୁ ଅଧିକ ଆପ୍ସ, ଚୋରାଉଥିଲା କ୍ରେଡିଟ୍ କାର୍ଡର ଡାଟା

ଗୁଗଲ ପ୍ଲେ ଷ୍ଟୋରରୁ ଡିଲିଟ କରାଗଲା ୩୩୧ ଆପ୍ପ

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର ହେଉଛି ସର୍ବାଧିକ ବ୍ୟବହୃତ ଆପ୍ ଷ୍ଟୋର୍‌। ଏଥିରେ ବହୁ ସଂଖ୍ୟକ ଆପ୍ ଉପଲବ୍ଧ, ଯାହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ କାର୍ଯ୍ୟକୁ ସହଜ କରିଥାଏ। ତଥାପି, ବେଳେବେଳେ ଏଥିରେ ଏପରି ଆପ ଥାଏ ଯାହା ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିଥାଏ।

ବର୍ତ୍ତମାନ ପ୍ଲେ ଷ୍ଟୋରରୁ 300 ରୁ ଅଧିକ ଏହିପରି ଆପ୍ ଡିଲିଟ କରାଯାଇଛି, ଯାହା ଆଣ୍ଡ୍ରଏଡ୍ 13 ର Security Featuresକୁ ବାଇପାସ୍ କରି ବ୍ୟବହାରକାରୀ ଡାଟା ଚୋରି କରୁଥିଲା। ଏଗୁଡିକ ସମୁଦାୟ 6 କୋଟିରୁ ଅଧିକ ଥର ଇନଷ୍ଟଲ କରାଯାଇଥିଲା।

ଖବର ଅନୁଯାୟୀ, ଗତ ବର୍ଷ IAS Threat Lab ଅନୁସନ୍ଧାନ କରିଥିଲା ​​ଯେ, ପ୍ଲେ ଷ୍ଟୋରରେ ଏପରି 180 ଟି ଆପ୍ ଉପଲବ୍ଧ, ଯାହା 20 କୋଟି Fake Ad Request ପଠାଇଛି। ପରେ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଆପଗୁଡିକର ସଂଖ୍ୟା ହେଉଛି 331।

ଏହି ଆପ୍ ଗୁଡିକ ବିଜ୍ଞାପନ ଦେଖାଇ ପ୍ରାଇଭେଟ ଡାଟା ସେୟାର କରିବାକୁ ଲୋକଙ୍କୁ ଉତ୍ସାହିତ କରିଛନ୍ତି। ଫିସିଂ ଆଟାକ ମାଧ୍ୟମରେ ସେ ବ୍ୟବହାରକାରୀଙ୍କ କ୍ରେଡିଟ କାର୍ଡ ଡାଟା ଚୋରି କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ।