fbpx

ଏଣିକି 15GB ନୁହେଁ, ମିଳିବ 1TB ଷ୍ଟୋରେଜ: ୟୁଜର୍ସଙ୍କୁ ବଡ ଉପହାର ଦେଲା Google

ଦୀପାବଳି ପରେ ପରେ ୟୁଜର୍ସମାନଙ୍କୁ ବଡ ଖୁସି ଖବର ଦେଇଛି ଗୁଗଲ । ୱାର୍କସ୍ପେସ ୟୁଜରମାନଙ୍କ ପାଇଁ ବୃଦ୍ଧି କରିବ ଷ୍ଟୋରେଜ କ୍ଷମତା । ଅର୍ଥାତ ଖୁବଶୀଘ୍ର ଆକାଉଣ୍ଟରେ ମିଳିବ ଏକ୍ସଟ୍ରା ଷ୍ଟୋରେଜ । ଏଣିକି ୧୫ ଜିବି ଜାଗାରେ ୟୁଜର୍ସଙ୍କୁ ୧ଟିବି ଷ୍ଟୋରେଜ ଦେବାକୁ ଯାଉଛି ଗୁଗଲ ୱାର୍କସ୍ପେସ । ଯାହାକୁ ନେଇ ୟୁଜର୍ସମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ତେବେ ଷ୍ଟୋରେଜ କାପାସିଟିରେ ଏହି ପରିବର୍ତ୍ତନ କେବେ ଆସିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ କମ୍ପାନୀ । ଆସନ୍ତୁ ଜାଣିବା କେମିତି ଏବଂ କେବେ ଏହି ଫାଇଦା ପାଇପାରିବେ ଗ୍ରାହକ ।

ଗୁଗଲ ଏବେ ୟୁଜର୍ସମାନଙ୍କ ଡିମାଣ୍ଡକୁ ନେଇ ବଡ ପଦକ୍ଷେପ ନେଇଛି । ତେଣୁ ଗୁଗଲ ୱାର୍କସ୍ପେସରେ ଏବେ ୧୫ ଜିବି ଜାଗାରେ ୧ଟିବିର ଷ୍ଟୋରେଜ ଯୋଗାଇ ଦେବ ଗୁଗଲ । ତେବେ ଏଥିପାଇଁ ୟୁଜର୍ସମାନଙ୍କୁ କୌଣସି ସେଟିଭ୍ଗ କରିବାର ଆବଶ୍ୟକତା ନାହିଁ । ପ୍ରତ୍ୟେକ ଆକାଉଣ୍ଟରେ ଆପେ ଆପେ ଷ୍ଟୋରେଜ ୧୫ ଜିବି ରୁ ୧ଟିବିକୁ କନଭର୍ଟ ହୋଇଯିବ । ତେବେ ଏ ନେଇ ଏକ ସୂଚନା ଦେଇଛି ଗୁଗଲ କମ୍ପାନୀ । ଏହି ପୋଷ୍ଟରେ ଗୁଗଲ କହିଛି ଯେ, ୱାର୍କସ୍ପେସ ଇଣ୍ଡିଭିଜୁଆଲ ୟୁଜର୍ସମାନଙ୍କ ପାଇଁ ଅଧିକ ଫିଚର ଆଣିବାକୁ ଯାଉଛି କମ୍ପାନୀ । ଏହାବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଏହା ଉପଲବ୍ଧ କରାଯିବ ।

ଏହି ଷ୍ଟୋରେଜ ଆପେ ଆପେ ଅପଗ୍ରେଡ ହୋଇ ଆକାଉଣ୍ଟରେ ଉପଲବ୍ଧ ହୋଇଯିବ । ତଣୁ ଏଥିପାଇଁ ଗ୍ରାହକଙ୍କୁ କିଛି ବି ସେଟିଙ୍ଗ କରିବାର ଆବଶ୍ୟକତା ନାହିଁ । ତେବେ ଏଥିମଧ୍ୟରେ ସବୁଠୁ ସହଜ ଏବଂ ନିରାପଦ ହେଉଛି ଗୁଗଲ ଡ୍ରାଇଭ । ଏଥିପାଇଁ କମ୍ପାନୀ ଇନ-ବ୍ୟୁଲ୍ଟ ପ୍ରୋଟେକ୍ସନ ଫିଚର ଦେଇଥାଏ । ଏହାଦ୍ୱାରା ୟୁଜର୍ସଙ୍କର ଡାଟା-ମାଲୱାୟାର, ସ୍ପେମ ଏବଂ ରେନସମୱେୟାର ଇତ୍ୟାଦି ବିପଦରୁ ମୁକ୍ତି ହୋଇପାରିବ ।

Get real time updates directly on you device, subscribe now.