fbpx

ଗୁଗଲର ବଡ ଘୋଷଣା, ସବୁ ଆପରେ ମିଳିବ ଏଆଇଇ Bard AI ସପୋର୍ଟ

Advertisement

ଗୁଗଲ ନିଜର ୟୁଜର ପାଇଁ ଏକ ବଡ ଘୋଷଣା କରିଛି । ଗୁଗଲ ଏବେ ତାହାର ଜି ମେଲଠାରୁ ଆରମ୍ଭ କରି ୟୁଟ୍ୟୁବ, ମ୍ୟାପ,ଡ୍ରାଇଭରେ  AI ଚାଟ ବୋର୍ଟରେ ଗୁଗଲ ବାର୍ଡର ସପୋର୍ଟ ଦେଇଛି । ଏବେ ଗୁଗଲର ୟୁଜର ସବୁ ଆପ୍ଲିକେସନରେ ଏଆଇ ଚାଟବୋଟର ବ୍ୟବହାର କରିପାରିବେ । କିଛି ଦିନ ପୂର୍ବରୁ ଗୁଗଲ ସର୍ଚ୍ଚ ପାଇଁ ଏଆଇ ଜେନେଟିଭ ଚାଟ ବୋର୍ଟ କ୍ଷମତା ଥିବା କାର୍ଯ୍ୟ ଆରମ୍ଭ କରିଥିଲା । ଅଲଗା ଅଲଗା ଆପ୍ଲିକେସନ ସହିତ ଯୋଡି ହେବା ପରେ Bard AI ୟୁଜରଙ୍କୁ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ମିଳିବ । କମ୍ପାନୀ ଗୁଗଲ ବାର୍ଡକୁ ୨୦୨୩ରେ ମାର୍ଚ୍ଚରେ ଲଞ୍ଚ କରିଥିଲା । ଏହାର ପରିବର୍ତ୍ତନ କରିବା ପରେ କମ୍ପାନୀ ଏଥିରେ ଅନେକ ଫିଚର ଏଥିରେ ଯୋଡି ସାରିଛି । ଏବେ କମ୍ପାନୀ ତାହାର ସବୁ ଆପ ସହିତ ଏହାକୁ ଯୋଡି ଦେଇଛି । କମ୍ପାନୀ ତାହାର ନୂଆ ଫିଚର ର ନାମ Bard Extensions ଦେଇଛି । ଏହି ଫିଚର ଗୁଡିକ ସବୁ ଆପ୍ଲିକେସନରେ ମିଳିବା ପରେ ଏଥିରେ ୟୁଜର ମାନଙ୍କୁ ନୂଆ ଏକ୍ସପିରିଏନ୍ସ ମିଳିବ ।

ଗୁଗଲର ଅନ୍ୟ ଆପ୍ଲିକେସନରେ AI ସପୋର୍ଟ ହେବା ପରେ ୟୁଜରଙ୍କୁ ଅନେକ ଅନେକ ପ୍ରକାରର ଫାଇଦା ମିଳିବ । ଉଦାହରଣ ଅନୁସାରେ ଆପଣ ଯଦି ଅନ୍ୟ କେଉଁ ସହରକୁ ଯାଉଛନ୍ତି ତେବେ ଆପଣ ସେଠାରେ ଗୁଗଲ ଏଆଇ ବାର୍ଡ ଦ୍ୱାରା ସେହି ସହରରେ ଥିବା ଅନେକ ଜିନିଷ ଅନେକ ସ୍ଥାନର ଲୋକେସନ ବିଷୟରେ ଜାଣିପାରିବେ । ଏହି ସମସ୍ତ ସୂଚନା ଏଆଇ ଆପଣଙ୍କୁ ଅଡିଓ ଏବଂ ଟେକ୍ସଟ ଭାବରେ ପ୍ରଦାନ କରିବ । ଏହା ୟୁଜର ମରନଙ୍କ ପ୍ରାଇଭେସି ଉପରେ ମଧ୍ୟ ଧ୍ୟାନ ରଖିବ । ଗୁଗଲ କହିବା ଅନୁସାରେ ଆପଣ ଯଦି ଏହି ଡିଭାଇସକୁ ବ୍ୟବହାର କରିବାକୁ ଚାହୁ ନାହାନ୍ତି ତେବେ ଆପଣ ଏହାକୁ ବନ୍ଦ ମଧ୍ୟ କରିପାରିବେ । ଏଥିରେ ଡିସେବଲ କରିବାର ଅପସନ ମଧ୍ୟ ଅଛି ।

Get real time updates directly on you device, subscribe now.