fbpx

EDରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରାଯିବ । ଏଥିସହ ଅଭୟକାନ୍ତ ଓ ଆକାଶ ପାଠକଙ୍କ ସହ ତାଙ୍କର ଠକେଇ ଲିଙ୍କ ନେଇ ପ୍ରଶ୍ନ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ମଧ୍ୟ ଇଡିରେ ହାଜର ହୋଇଥିଲେ । ଟାଟା କମ୍ପାନୀରେ ଚାକିରି ପାଇଁ ଜାଲ୍ ନିଯୁକ୍ତି ନେଇ ତାଙ୍କ ନାମରେ ଅଭିଯୋଗ ରହିଥିଲା । ତେବେ ମୋଟ ୮ କୋଟି ଟଙ୍କା ବେଆଇନ ଭାବେ କାରବାର ହୋଇଥିବା ଇଡି ହାତରେ ପ୍ରମାଣ ଲାଗିଥିଲା । ସେଥିରୁ କିଛି ଅର୍ଥ ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସେ କେତେ ନେଇଛନ୍ତି ତାହା ଜଣାପଡ଼ିନଥିଲା । ପୂର୍ବରୁ ଉକ୍ତ ପ୍ରମାଣକୁ ଆଧାର କରି ପ୍ରଥମେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରାଯାଇଥିଲା । ଗତ ଅକ୍ଟୋବର ମାସରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ମାରିଥିଲା । ତାଙ୍କଠାରୁ ଜମି, ଘର, ସୁନା ଆଦି ଦାମୀ ଜିନିଷ କିଣାକିଣି କରିବାର କାଗଜପତ୍ର ସହ ବ୍ୟାଙ୍କ ପାସ୍ ବୁକ, କ୍ରେଡିଟ ଓ ଡେବିଟ୍ କାର୍ଡ, ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା ।

Get real time updates directly on you device, subscribe now.