fbpx

ବଡ ପ୍ଲାନ କରୁଛନ୍ତି ଗୌତମ ଅଦାନୀ: ନୂଆ Businessରେ ଇନଭେଷ୍ଟ କରିବେ ୧୫୦ ଆରବ ଡଲାର

ନୂଆଦିଲ୍ଲୀ: ଏସିଆର ସର୍ବଶ୍ରେଷ୍ଠ ଧନୀ ଗୌତମ ଅଦାନୀଙ୍କୁ ନେଇ ଏବେ ଆଉ ଏକ ବଡ ଖବର ସାମନାକୁ ଆସିଛି । ୫ଜି ରେ ଇନଭେଷ୍ଟ ପରେ ଏବେ ଆଉ ଏକ ବଡ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି ଅଦାନୀ । ତେବେ ଏହା ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଇନଭେଷ୍ଟମେଣ୍ଟ ହୋଇପାରେ । ଗୌତମ ଅଦାନୀ ଆଗାମୀ ୫-୧୦ ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୧୫୦ ଆରବ ଡଲାର ଇନଭେଷ୍ଟ କରିପାରନ୍ତି । ଗ୍ରୀନ ଏନର୍ଜୀ, ଡାଟା ସେଣ୍ଟର ଏବଂ ଏୟାରପୋର୍ଟ ସହିତ ହେଲ୍ଥକେୟାର ସେକ୍ଟର ଅଦାନୀ ଗୃପର ଏହି ନୂଆ ପ୍ଲାନରେ ସାମିଲ ହୋଇପାରନ୍ତି ।

ସୂଚନା ଅନୁସାରେ, ଅଦାନୀ ଗୃପର ସିଏଫଓ ରବି ସିଂ ଭେଞ୍ଚୁରା ସିକ୍ୟୁରିଟି ଲିମିଟେଡର ଇନଭେଷ୍ଟର୍ସ ମିଟ୍ ରେ ଏହାର ଖୁଲାସା କରିଛନ୍ତି । ତେବେ ଅଦାନୀଙ୍କ ବଡ ସ୍ୱପ୍ନ ବିଷୟରେ ରବି ସିଂ କହିଛନ୍ତି ଯେ, ୧ ଟ୍ରିଲିୟନ ଡଲାରର ବୈଶ୍ୱିକ କମ୍ପାନୀ ଗଠନ କରିବା ଅଦାନୀଙ୍କର ଏକ ବଡ ସ୍ୱପ୍ନ । ଆସନ୍ତା ୫-୧୦ ବର୍ଷ ମଧ୍ୟରେ ଗ୍ରୀନ ହାଇଡ୍ରୋଜେନ ବିଜନେସରେ ୫୦-୭୦ ଆରବ ଡଲାର ନିବେଶ କରିବ ଅଦାନୀ ଗୃପ । ଏହାବ୍ୟତୀତ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପ୍ରାୟ ୨୩ ଆରବ ଡଲାର ନିବେଶ କରିପାରେ ବୋଲି କହିଛନ୍ତି ରବି ସିଂ । ଏହା ସହିତ କମ୍ପାନୀ ଏୟାରପୋର୍ଟ(୯-୧୦), ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ(୭), ରୋଡ ଇନଫ୍ରାଷ୍ଟ୍ରକ୍ଚର(୫) ଏବଂ ଅନ୍ୟାନ୍ୟ ସେକ୍ଟରରେ ମଧ୍ୟ ନିବେଶ କରିବେ ଗୌତମ ଅଦାନୀ ।

ସେହିପରି ସିମେଣ୍ଟ କ୍ଷେତ୍ରରେ ମଧ୍ୟ ୧୦ ଆରବ ଡଲାର ନିବେଶ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ପେଟ୍ରୋକେମିକାଲ ବିଜନେସ ୨ ଆରବ ଡଲାର ଏବଂ କପର ସେକ୍ଟରରେ ୧ ଆରବ ଡଲାର ନିବେଶ କରିବାକୁ ଯାଉଛନ୍ତି ଗୌତମ ଅଦାନୀ । ଅନ୍ୟ ପକ୍ଷରେ ହେଲ୍ଥ ସର୍ଭିସରେ ବୀମା, ହସ୍ପିଟାଲ ଏବଂ ଡାଇଗ୍ନୋଷ୍ଟିକ ଏବଂ ଫାର୍ମାରେ ୭-୧୦ ଆରବ ଡଲାର ଇନଭେଷ୍ଟ କରାଯିବ ।

Get real time updates directly on you device, subscribe now.