fbpx

ପର୍ଣ୍ଣ ୱେବସାଇଟ୍ ବିରୋଧରେ ସରକାରଙ୍କ ଆକ୍ସନ: ୬୭ ୱେବସାଇଟ୍ ହେଲା ବ୍ଲକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇଣ୍ଟରନେଟ୍ ସେବା ପ୍ରଦାନ କମ୍ପାନୀଙ୍କୁ ୨୦୨୧ ରେ ଜାରି ଆଇଟି ନିୟମ ଉଲ୍ଲଘଂନ ଅଭିଯୋଗରେ ୬୭ ପର୍ଣ୍ଣ ୱେବସାଇଟକୁ ବ୍ଲକ୍ କରିବା ପାଇଁ ଆଦେଶ ଦେଇଛନ୍ତି । ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ଟେଲିକମ୍ ବିଭାଗ(ଡିଓଟି)  କମ୍ପାନୀଙ୍କୁ ପୁଣେର ଏକ ଅଦାଲତଙ୍କ ଆଦେଶ ଆଧାରରେ ୬୩ ୱେବସାଇଟ୍ ଏବଂ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶରେ ୪ ୱେବସାଇଟ୍ ବ୍ଲକ୍ କରିବାକୁ କହିଛନ୍ତି ।

ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୨୧ ରେ ଲାଗୁ କରାଯାଇଥିବା ଆଇଟି ନିୟମ ଅନୂଯାୟୀ, କମ୍ପାନୀ ପାଇଁ ତାଙ୍କ୍ ଦ୍ୱାରା ପ୍ରସାରିତ, ସଂଗୃହିତ କିମ୍ବା ପ୍ରକାଶିତ ଏଭଳି ସାମଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାକୁ ବନ୍ଦ କରିବା ଅନିବାର୍ଯ୍ୟ । ଯାହା କୌଣସି ବ୍ୟକ୍ତିଙ୍କୁ ପୂର୍ଣ୍ଣ କିମ୍ବା ଆଶିଂକ ଭାବରେ ନିର୍ବସ୍ତ୍ର ଦେଖାଉଛି କିମ୍ବା ପୁଣି ତାଙ୍କୁ ଯୌନ କୃତ୍ୟ କିମ୍ବା ଆଚରରରେ ଲିପ୍ତ ଥିବା ଦର୍ଶାଉଛି । ନୂଆ ଆଇଟି ନିୟମ ଅନୂଯାୟୀ କମ୍ପାନୀ ପାଇଁ ଏଭଳି ସାମଗ୍ରୀକୁ ମଧ୍ୟ ବ୍ଲକ୍ କରିବା ଆବଶ୍ୟକ ।

Get real time updates directly on you device, subscribe now.