fbpx

ଲୋନ୍ ନେଇଥିବା ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ସୁଧ ଉପରେ ରିହାତି ସହ ଅନ୍ୟ ଖର୍ଚ୍ଚ ହେବ ଛାଡ୍

Advertisement

ନୂଆଦିଲ୍ଲୀ: ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଚାଷୀଙ୍କ ହିତକୁ ଦ୍ୟାନରେ ରଖି ଏହି ଯୋଜନା କରାଯାଉଛି । ଏହାରି ମଧ୍ୟରେ ଲୋନ୍ ନେଇଥିବା ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର, ଯାହାକି ହଜାର ହଜାର ଚାଷୀଙ୍କ ଉପରେ ପ୍ରଭାବ ପକାଇବ । ସୂଚନା ଅନୁସାରେ, ଲୋନ୍ ନେଇଥିବା ଚାଷୀଙ୍କ ପାଇଁ ଏକକାଳୀନ ସମାଧାନ ଯୋଜନା ଘୋଷଣା କରାଯାଇଛି । ଏହା ସହିତ ଚାଷୀଙ୍କ ଅନେକ ଖର୍ଚ୍ଚ ମଧ୍ୟ ଛାଡ଼ କରାଯିବ । ସରକାରଙ୍କ ପକ୍ଷରୁ ଏହି ଯୋଜାନ ଘୋଷଣା କରାଯିବା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ତେବେ ହରିୟାଣା ସରକାର ଏହି ଯୋଜନା ଜାରି କରିଛନ୍ତି । ଋଣଗ୍ରସ୍ତ ଚାଷୀଙ୍କ ପାଇଁ ହରିୟାଣା ଏକକାଳୀନ ସମାଧାନ ଯୋଜନା ଘୋଷଣା କରିଛନ୍ତି । ହରିୟାଣା ସରକାର ଋଣଗ୍ରସ୍ତ ଚାଷୀ କିମ୍ବା ଜିଲ୍ଲା କୃଷି ଏବଂ ଜମି ବିକାଶ ବ୍ୟାଙ୍କର ସଦସ୍ୟମାନଙ୍କ ପାଇଁ ଏକକାଳୀନ ସମାଧାନ ଯୋଜନା ଘୋଷଣା କରିଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ବନୱାରୀ ଲାଲ କହିଛନ୍ତି ଯେ, ଋଣ ନେଇଥିବା ସଦସ୍ୟଙ୍କ ପାଇଁ ଘୋଷିତ ଏହି ଯୋଜନା ଅଧିନରେ ବକେୟା ସୁଧ ଉପରେ ୧୦୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ।

ଏହା ସହ ସେ ପୁଣି କହିଛନ୍ତି ଯେ, ଯଦି ଋଣ ନେଇଥିବା କୃଷକଙ୍କର ମୃତ୍ୟୁ ହୋଇଛି, ତା’ହେଲେ ତାଙ୍କର ଉତ୍ତରାଧିକାରୀମାନଙ୍କୁ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମୂଳ ରାଶି ଜମା କରିବା ଉପରେ ଏହି ରିହାତି ଦିଆଯିବ । ସେ କହିଛନ୍ତି ଯେ ଏଥିପାଇଁ ମୃତ ଋଣଧାରୀଙ୍କ ଉତ୍ତରାଧିକାରୀଙ୍କୁ ଲୋନ୍ ଆକାଉଣ୍ଟରେ ସମସ୍ତ ମୂଳ ରାଶି ଜମା କରିବା ଉପରେ ଧାର୍ଯ୍ୟ ସୁଧରେ ୧୦୦% ରିହାତି ପ୍ରଦାନ କରାଯିବ ।ଏହା ବ୍ୟତୀତ ଜରିମାନା, ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଛାଡ କରାଯିବ ।

Get real time updates directly on you device, subscribe now.