fbpx

ପ୍ରଥମ ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରୁଥିବା ବ୍ୟକ୍ତି ଦଣ୍ଡ ପାଇବାକୁ ଯୋଗ୍ୟ, ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ

ପ୍ରୟୋଗରାଜ: ପ୍ରଥମ ପତ୍ନୀ ଜୀବତ ଥାଉ ଥାଉ ଦ୍ୱିତୀୟ ବିବାହ କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟଙ୍କ ନିୟମ ୨୯ ଅନୁସାରେ, ସରକାରଙ୍କ ଅନୁମତି ବିନା ଦ୍ୱିତୀୟ ବିବାହ କରିଥିବା ଅଭିଯୁକ୍ତକୁ ଦଣ୍ଡିତ କରିବାକୁ ରାଜ୍ୟ ଜନସେବା ଟ୍ରିବ୍ୟୁନାଲର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଆହ୍ଲାବାଦ ହାଇକୋର୍ଟ ମନା କରିଛନ୍ତି ।

କୋର୍ଟଙ୍କ କହିବା ମୁତାବକ, ସମ୍ବିଧାନର ଧାରା ୨୨୬ ଅନୁସାରେ ଅନ୍ତର୍ନିହିତ ଶକ୍ତିର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି । ପ୍ରମାଣ ଓ ତଥ୍ୟରୁ ଅଭିଯୁକ୍ତ ନିୟମ ଉଲ୍ଲଂଘନ କରିବା ଓ ବିଭାଗକୁ ବିଭ୍ରାନ୍ତ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଯେଉଁଥିପାଇଁ ସେ ଦଣ୍ଡର ଯୋଗ୍ୟ ଅଟନ୍ତି । କୋର୍ଟ ପେନସନ୍ ଜବତ କରିବା, ବିଭାଗୀୟ ଆଦେଶ ଓ ଟ୍ରିବ୍ୟୁନାଲଙ୍କ ଦ୍ୱାରା ମାମଲା ରଦ୍ଦ ହେବାର ଆଦେଶକୁ ଉଚିତ୍ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି ।

ତେବେ ସହାରନପୁରର ମନଭୀର ସିଂଙ୍କ ଆବେଦନ ଉପରେ ଜଷ୍ଟିସ ଏସପି କେଶରୱାନି ଓ ଜଷ୍ଟିସ ବିକାଶଙ୍କ ଖଣ୍ଡପୀଠ ବୁଧବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭୁଲ ତଥ୍ୟ ଉପସ୍ଥାପନ ପାଇଁ ଏପରି କଠୋର ଦଣ୍ଡ ଦିଆଯିବା ଉଚିତ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଭୁଲ ବୁଝାମଣାେ ଯୋଗୁଁ ଆବଦେନକାରୀ ପ୍ରଥମେ ଭୁଲ ତଥ୍ୟ ଦେଇଥିଲ କିନ୍ତୁ ପରେ ସେ ସଠିକ୍ ତଥ୍ୟ ଦେଇଥିଲେ । ମାମଲାର ତଥ୍ୟ ମୁତାବକ, ୧୯୭୦ ମସିହା ସେପ୍ଟେମ୍ବରରେ ଆସିଷ୍ଟାଣ୍ଟ ପ୍ରସିକ୍ୟୁଟର ଭାବରେ ନିଯୁକ୍ତ ଆବେଦନକାରୀ ଡିସେମ୍ବର ୨୦୦୪ ରେ ସିନିୟର ପବ୍ଲିକ ପ୍ରସିକ୍ୟୁଟର ଭାବରେ ସେବାରୁ ବାହାର ହୋଇଥିଲେ । ଏହା ପରେ ୨୦୦୫ ଜୁନ୍ ୨୮ରେ ତାଙ୍କୁ ଦଣ୍ଡିତ କରାଯାଇଥିଲା । ୨୦୨୧ ସେପ୍ଟେମ୍ୱର ୨ରେ ଟ୍ରିବ୍ୟୁନାଲ ମଧ୍ୟ ଏହି ମାମଲାକୁ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.