fbpx

ସରକାରୀ କର୍ମଚାରୀଙ୍କୁ ଦୀପାବଳିରେ ମିଳିବ ୨,୧୮,୨୦୦ ଟଙ୍କା!

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବା ଡିଏ, ଡିଆର ଓ ଏଚଆରଏ ବୃଦ୍ଧି ପରେ ଏବେ ଦୀପାବଳି ପୂର୍ବରୁ ପୁଣିଥରେ ସରକାରୀ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଜୁଲାଇରେ ମହଙ୍ଗା ଭତ୍ତା ୧୭ରୁ ୨୮ % ଓ ଘର ଭଡା ଭତ୍ତା ୨୪ରୁ ୨୭% ବୃଦ୍ଧି ହୋଇଥିଲା । ଏବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ପୁଣି ୩ ପ୍ରତିଶତ ବଢ଼ିବ ।

ତେବେ କରୋନା ମହାମାରୀ କାରଣରୁ ମେ’ ୨୦୨୦ରେ ମହଙ୍ଗା ଭତ୍ତା ବୃଦ୍ଧିକୁ ବନ୍ଦ କରିଥିଲେ କେନ୍ଦ୍ର ସରକାର । ଗତବର୍ଷ ହିସାବରେ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବଢ଼ିଛି । ସରକାର ଜୁଲାଇରେ ଏହାକୁ ୨୮ ପ୍ରତିଶତ ବଢ଼ାଇଥିଲେ । ଯଦି ଜୁନ୍ ୨୦୨୧ରେ ଏହା ୩ ପ୍ରତିଶତ ବୃଦ୍ଧି ହୁଏ ତେବେ ମହଙ୍ଗା ଭତ୍ତା ୩୧ ପ୍ରତିଶତରେ ପହଞ୍ଚିଯିବ । ଅର୍ଥାତ୍ ଯଦି ଜଣେ କର୍ମଚାରୀଙ୍କ ଦରମା ୫୦,୦୦୦ ହୋଇଥିଲେ, ତାଙ୍କୁ ଡିଏ ଭାବରେ ୧୫, ୫୦୦ ଟଙ୍କା ମିଳିବ ।

Get real time updates directly on you device, subscribe now.