ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଉପରେ ବର୍ଷିବ ଟଙ୍କା, ସରକାର ପ୍ରସ୍ତୁତ କଲେ ୧ ବିଲିୟନ ଡଲାରର ଫଣ୍ଡ
କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଆର୍ଥିକ ସୁବିଧା ଯୋଗାଇବେ ସରକାର
ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆରେ ସହଜ ଏବଂ ସୁଲଭ ପ୍ରବେଶ ଭାରତର କ୍ରିଏଟର ଅର୍ଥନୀତିକୁ ଏକ ନୂତନ ଉଚ୍ଚତାକୁ ନେଇଛି।
ଲକ୍ଷ ଲକ୍ଷ ଯୁବକ ବର୍ତ୍ତମାନ କେବଳ ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ କଣ୍ଟେଣ୍ଟ କ୍ରିଏଟ ମାଧ୍ୟମରେ ନିଜର କ୍ୟାରିଅର୍ ପ୍ରସ୍ତୁତ କରୁନାହାଁନ୍ତି, ବରଂ ବ୍ରାଣ୍ଡ ଏବଂ ଶିଳ୍ପ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ରିଏଟର ଅର୍ଥନୀତିକୁ ସହାୟତା କରିବା ପାଇଁ 1 ବିଲିୟନ ଡଲାର ପାଣ୍ଠି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।
WAVES 2025ରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପାଣ୍ଠି ଘୋଷଣା କରିଛନ୍ତି। ଏହି ପାଣ୍ଠି ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ଅଧୀନରେ କାର୍ଯ୍ୟ କରିବ, ଯାହା କଣ୍ଟେଣ୍ଟ କ୍ରିଏଟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଏବଂ ସେମାନଙ୍କ କଣ୍ଟେଣ୍ଟକୁ ବିଶ୍ୱ ସ୍ତରକୁ ନେବାକୁ ସକ୍ଷମ ହେବ।
ଏହା ବ୍ୟତୀତ 391 କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠାକୁ ମଧ୍ୟ ଅନୁମୋଦନ କରାଯାଇଛି।
ମୁମ୍ବାଇର ଫିଲ୍ମ ସିଟି, ଗୋରେଗାଓଁରେ ଆଇଆଇଟି ଏବଂ ଆଇଆଇଏମ୍ ଲାଇନରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବ, ଯେଉଁଠାରେ କଣ୍ଟେଣ୍ଟ କ୍ରିଏଟ ଏବଂ ଡିଜିଟାଲ୍ ମିଡିଆ ସହ ଜଡିତ ଉଚ୍ଚ ସ୍ତରୀୟ ତାଲିମ ପ୍ରଦାନ କରାଯିବ।