ବିମାନ ଚଳାଚଳ ସୁରକ୍ଷାକୁ ନେଇ ଆକ୍ସନ ମୋଡରେ ସରକାର; ହୋକ୍ସ କଲ୍ ଉପରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ: ରାମ ମୋହନ ନାଇଡୁ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ବୋମା ଥିବା ମିଥ୍ୟା କଲକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ଏଭଳି ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଆମେ ଦୁଇଟି ବିଷୟ ଉପରେ ଗୁରୁତ୍ୱାରୋପ କରିବାକୁ ପଡ଼ିବ । ପ୍ରଥମ ବିମାନ ସୁରକ୍ଷା ନିୟମରେ ସଂଶୋଧନ ଏବଂ ଦ୍ୱିତୀୟ ବେସାମରିକ ବିମାନ ସୁରକ୍ଷା ଆଇନ୍ ବିରୋଧରେ ବେଆଇନ୍ କାର୍ଯ୍ୟଗୁଡ଼ିକର ଦମନ ଅଧିନିୟମରେ ପରିବର୍ତ୍ତନ କରିବା ।’

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହାକୁ ଏକ ସମ୍ବେଦନଶୀଳ ସ୍ଥିତି ଦର୍ଶାଇ କହିଛନ୍ତି କି ମିଥ୍ୟ କଲ୍ କରୁଥିବା କେହି ବି ଧରାପଡ଼ିଲେ ସେମାନଙ୍କୁ ‘ନୋ ଫ୍ଲାଇଂ’ ତାଲିକାଭୁକ୍ତ କରାଯିବ । ଆମେ ଏହି ପ୍ରସଙ୍ଗ ଉପରେ ଅନେକ ବୈଠକ କରିଛୁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି କି ବିମାନରେ ବୋମା ଥିବା ଭଳି ମିଥ୍ୟ ଧମକ ବିମାନ ଉଦ୍ୟୋଗ ପାଇଁ ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ । କହିରଖୁଛୁ ଗତ ୬ ଦିନ ମଧ୍ୟରେ ଭାରତର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ବୋମା ଥିବା ନେଇ ପ୍ରାୟ ୭୦ ମିଥ୍ୟା କଲ୍ ରିସିଭ୍ ହୋଇଛି । ଅକ୍ଟୋବର ୧୯ରେ ୩୦ରୁ ଉଦ୍ଧ୍ୱର୍ ବିମାନରେ ବୋମା ଥିବା ଧମକ ମିଳିଥିଲା । ଏକ୍ସପର୍ଟଙ୍କ କହିବାନୁଯାୟୀ ଏଭଳି ମିଥ୍ୟ କଲ୍ ଦ୍ୱାରା ଯାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଏକ ଭୟର ବାତାବରଣ ସୃଷ୍ଟି କରିଥାଏ । ଅଧିକାଂଶ ଯାତ୍ରୀ ବିମାନ ଯାତ୍ରା କରିବାକୁ ଦୂରେଇ ରୁହନ୍ତି । ଅପରପକ୍ଷରେ ବିମାନ କମ୍ପାନୀଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ବିମାନର ସିଡ୍ୟୁଲ ଉପରେ ମଧ୍ୟ ଏଭଳି ଖବରର ପ୍ରଭାବ ଦେଖିବାକୁ ମିଳିଥାଏ ।

 

Get real time updates directly on you device, subscribe now.