fbpx

ବୀମା ନିୟମ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି ସରକାର: କମ୍ ହେବ ସର୍ବନିମ୍ନ ପୁଞ୍ଜିର ଆବଶ୍ୟକତା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଦେଶରେ ବୀମାର ପହଞ୍ଚ ବଢ଼ାଇବା ପାଇଁ ବୀମା ନିୟମରେ ପରିବର୍ତ୍ତନ ଉପରେ ବିଚାର କରୁଛି । ଏଥିରେ ସର୍ବନିମ୍ନ ପୁଞ୍ଜି ନିବେଶର ଆବଶ୍ୟକତାକୁ କମ୍ କରିବା ପାଇଁ ପ୍ରସ୍ତାବ ମଧ୍ୟ ସାମିଲ ଅଛି ।

ସୂତ୍ର ଅନୂଯାୟୀ ମନ୍ତ୍ରାଳୟ ବୀମା ନିୟମ, ୧୯୩୮ ର ବ୍ୟାପକ ସମୀକ୍ଷା କରୁଛି ଏବଂ ଏହି କ୍ଷେତ୍ରର ବୃଦ୍ଧି ପାଇଁ ଉଚିତ୍ ପରିବର୍ତ୍ତନ କରିବାକୁ ଚାହୁଛି । ସୂତ୍ର ଅନୂଯାୟୀ ମନ୍ତ୍ରାଳୟ ବୀମା କାରବାର ଆରମ୍ଭ କରିବା ପାଇଁ ସର୍ବନିମ୍ନ ପୁଞ୍ଜିକୁ ୧୦୦ କୋଟି ଟଙ୍କାରୁ କମାଇବାକୁ ଚାହୁଛି । ସର୍ବନିମ୍ନ ପୁଞ୍ଜିର ଆବଶ୍ୟକତାକୁ କମ୍ କରିବା ଦ୍ୱାରା ବ୍ୟାଙ୍କିଂ କ୍ଷେତ୍ରର ବିଭିନ୍ନ ପ୍ରକାର କମ୍ପାନୀ ବୀମା କାରବବାରକୁ ଓହ୍ଲାଇପାରିବେ । ଆହୁରି କୁହାଯାଇଛି ଯେ ଏହି ପ୍ରାବଧାନକୁ କମ୍ କରିବା ପାଇଁ ସୁକ୍ଷ୍ମ ବୀମା, କୃଷି ବୀମା ଏବଂ ସ୍ଥାନୀୟ ବୀମା କମ୍ପାନୀ ମଧ୍ୟ ବୀମା କାରବାରରେ ଓହ୍ଲାଇପାରିବେ ।

ଆହୁରି କୁହାଯାଇଛି ଯେ ବଜାରରେ ନୂଆ କମ୍ପାନୀ ଆସିବା ଦ୍ୱାରା କେବଳ ଯେ ବୀମାର ପହଞ୍ଚ ବଢ଼ିବ । ବରଂ ଏହାଦ୍ୱାରା ରୋଜଗାର ମଧ୍ୟ ମିଳିବ । ସରକାର ଗତ ବର୍ଷ ବୀମା କାନୁନରେ ସଂଶୋଧନ କରିବା ସହ ବୀମା କମ୍ପାନୀରେ ବୈଦେଶିକ ଅଂଶୀଦାରୀର ସୀମା କୁ ୪୯ ରୁ ୭୪ ପ୍ରତିଶତ ବଢ଼ାଇଥିଲେ ।

Get real time updates directly on you device, subscribe now.