fbpx

ଆଜିଠାରୁ ଶସ୍ତା ସୁନା ବିକ୍ରି କରୁଛନ୍ତି ସରକାର, ମାତ୍ର ୫୦୫୯ ଟଙ୍କାରେ ଆପଣ ବି କିଣିପାରିବେ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତ ସହିତ ସାରା ବିଶ୍ୱର ବୁଲିଅନ୍ ବଜାରରେ ଦେଖିବାକୁ ମିଳୁଛି । ଗତକିଛି ଦିନ ହେବ ଭାରତ ସହିତ ବିଶ୍ୱରେ ସୁନା ରେଟ୍ ବଢ଼ିବାରେ ଲାଗିଛି । ଏହି ସମୟରେ ବଜାର ମୂଲ୍ୟ ଅପେକ୍ଷା ଶାସ୍ତାରେ ସୁନା କିଣିବା ପାଇଁ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି । କେନ୍ଦ୍ର ସରକାର ଆଜିଠାରୁ ଆଗାମୀ ୫ ଦିନ ପାଇଁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି ।

ତେବେ ସୋଭେରିନ୍ ଗୋଲ୍ଡ ବଣ୍ଡର ୧୦ମ ସିରିଜ୍ ପାଇଁ ବିକ୍ରି ଆଜିଠାରୁ ଆରମ୍ଭ ହେଉଛି ଓ ଏହା ମାର୍ଚ୍ଚ ୪ରେ ବନ୍ଦ ହେବ । ଏପରି ପରିସ୍ଥିତିରେ ଶସ୍ତା ସୁନା କିଣିବାକୁ ଆପଣଙ୍କ ନିକଟରେ ୫ ଦିନର ସମୟ ରହିଛି । ଏଥର ଏକ ଗ୍ରାମ ସୁନାର ଦାମ୍ ୫,୧୦୯ ଟଙ୍କା ସ୍ଥିର କରାଯାଇଛି । ଅନଲାଇନରେ ପେମେଣ୍ଟ କରିବାକୁ ଆପଣଙ୍କୁ ୫୦ ଟଙ୍କା ମିଳିବ ।ଅର୍ଥାତ୍ ଆପଣଙ୍କୁ ଗ୍ରାମ ପିଛା ୫୦୫୯ ଟଙ୍କା ଦେବାକୁ ପଡିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଦିନ ଦେଇଥିବା ସୂଚନା ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ଗୋଲ୍ଡ ବଣ୍ଡ ଯୋଜନାର ଦଶମ କିସ୍ତି ଫେବୃଆରୀ ୨୮ ରେ ସବସ୍କ୍ରିପସନ୍ ପାଇଁ ଖୋଲିବ । ମାର୍ଚ୍ଚ ୪ ପର୍ଯ୍ୟନ୍ତ ଆପଣ ଏହି ଯୋଜନାରେ ଆବେଦନ କରିପାରିବେ । ଯେଉଁମାନେ ଅନଲାଇନରେ ଆବେଦନ କରନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ରହିଛି ।

ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ୨୦୧୫ ନଭେମ୍ବରରୁ ସରକାର ଏହି ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.