୧୦ ବର୍ଷ ବଢ଼ିଲା ସରକାରୀ ଚାକିରି ପାଇଁ ବୟସ ସୀମା , ଆଶାୟୀ କିନ୍ତୁ ଅସନ୍ତୁଷ୍ଟ

ଆଶାୟୀଙ୍କ ସଂଖ୍ୟା ବଢ଼ିଲା । ପଦବୀ ସଂଖ୍ୟା ସି୍ଥର।

ଭୁବନେଶ୍ୱର: ଚାକିରି ବୟସ ସୀମା ୩୨ରୁ ୪୨କୁ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଯାହାକୁ ନେଇ ସରକାରୀ ଚାକିରି ଆଶାୟୀମାନେ ଖୁସି ଅଛନ୍ତି । ବର୍ତମାନ ସମୟରେ ଲକ୍ଷ ଲକ୍ଷ ଆଶାୟୀ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି ।

ବୟସ ସୀମା ବଢ଼ିବା ଖବର ଅଭିଭାବକଙ୍କ ଭିତରେ ଖୁସି ଆଣିଛି । ଯେହେତୁ ବୟସ ସୀମା ୩୨ରୁ ସିଧା ୪୨ ହୋଇଛି । କିନ୍ତୁ ଏବେ ଏହାକୁ ନେଇ ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଛି ଯେ,
ସରକାରୀ ଚାକିରି ଅଶାୟୀଙ୍କ ସଂଖ୍ୟା ପୁଣି ବଢ଼ିଯିବ । ବୟସ ବଢିବା ସହ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ ।

ଓଡ଼ିଶାରେ ଚାକିରି ସୀମିତ ରହିଛି । ୪ ଲକ୍ଷ ୯୬ ହଜାର ପଦବୀ ମଧ୍ୟରୁ ଅଧିକାଂଶ ଚାକିରି ଆଉଟସୋର୍ସିଂ ଦ୍ୱାରା ପୂରଣ ହେଉଛି । ଆଉ କିଛି ଚାକିରି କନସଲ୍ଟାନ୍ସି ମାଧ୍ୟମରେ ମିଳୁଛି । ଚାକିରି ସଂଖ୍ୟା ସ୍ଥିର ଅଛି ।

ସରକାର ଅବସର ପରେ ପୁଣି ନିଯୁକ୍ତି ଦେଉଛନ୍ତି । ବିଧାନସଭାର ତଥ୍ୟ ଅନୁସାରେ, ରାଜ୍ୟରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି । ଆଶାୟୀ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ, କିନ୍ତୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ଦରକାର ।