SI ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ସରକାର, ହେଲେ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ କୋହଳ
ଜାଣନ୍ତୁ କେତେ ବର୍ଷ କୋହଳ କଲେ ସରକାର। ଆଉ କେଉଁ କେଉଁ ମାନେ ଏହାର ଲାଭ ପାଇପାରିବେ?
ଭୁବନେଶ୍ୱର: SI ନିଯୁକ୍ତି ପାଇଁ କୋହଳ ହେଲା ବୟସ ସୀମା। ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ବୟସ ସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ହେଲେ ଏହି କୋହଳ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।
ହଁ ଆଜ୍ଞା SI ନିଯୁକ୍ତି ପାଇଁ ବୟସସୀମା ୩ ବର୍ଷ କୋହଳ କଲେ ସରକାର। ହାଇକୋର୍ଟରେ ଓଡ଼ିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ମାମଲା। ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ସରକାର।
ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ୱର ଆଚାର୍ଯ୍ୟ। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହି କୋହଳ ଲାଗୁ ହେବ।
ଏନେଇ ୧୭.୦୧.୨୦୨୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ।