fbpx

ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ୨ଟି ଲାଭଦାୟକ ବୀମା ଯୋଜନା; ବର୍ଷକୁ ମାତ୍ର ୪୬୬ ଦେଇ ପାଆନ୍ତୁ ୪ ଲକ୍ଷର ବୀମା ରାଶି, ଘରେ ବସି ପାଆନ୍ତୁ ଯୋଜନାର ଲାଭ

ନୂଆଦିଲ୍ଲୀ: ମୋଦୀ ସରକାର କୃଷକ, ଗରିବ ପରିବାର ଓ ସାଧାରଣ ଜନତା ସହିତ ଦେଶର ସମସ୍ତ ବର୍ଗଙ୍କ ସୁବିଧା ଲାଗି ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ଏହି ସମସ୍ତ ଯୋଜନା ବିଷୟରେ ବହୁ ଲୋକ ଏବେ ବି ଅବଗତ ନାହାନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦୁଇ ବୀମା ଯୋଜନା ଜରିଆରେ ଦେଶର ପ୍ରତି ନାଗରିକଙ୍କୁ କେବଳ ୪୫୬ ଟଙ୍କା ବାର୍ଷିକ ପ୍ରିମିୟମ ଉପରେ ୪ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳୁଛି । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ପଡିବ ନାହିଁ । ବରଂ ଆପଣଙ୍କ ଖାତାରୁ ସ୍ୱତଃ ପଇସା କଟିଯିବ ଓ ଆପଣଙ୍କୁ ବୀମା ସୁରକ୍ଷା ମିଳିଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପରିଚାଳନା କରୁଛନ୍ତି । ଏହି ଦୁଇ ସରକାରୀ ସମର୍ଥିତ ବୀମା ଯୋଜନାରେ ଦେଶର ସାଧାରଣ ଜନତାଙ୍କୁ ୨-୨ ଲକ୍ଷ ଅର୍ଥାତ୍ ମୋଟ ୪ ଲକ୍ଷ ଟଙ୍କାର ସୁରକ୍ଷା ମିଳିଥାଏ ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା(PMJJBY)ରେ ମାତ୍ର ୪୩୬ ଟଙ୍କା ବାର୍ଷିକ ପ୍ରିମିୟମରେ ୨ ଲକ୍ଷର ବୀମା ସୁରକ୍ଷା ମିଳିଥାଏ । ତେବେ ଏହି ବୀମା ଯୋଜନା କେବଳ ୧୮ରୁ ୫୦ ବର୍ଷ ବୟସର ବ୍ୟକ୍ତିଙ୍କ ଲାଗି ଉପଲବ୍ଧ । ଏହି ବୀମା ଯୋଜନାରେ ପ୍ରମିୟମ ରାଶି ସ୍ୱତଃ ଆପଣଙ୍କ ଖାତାରୁ କଟିଯାଏ । ଏହି ବୀମା ଯୋଜନା ୧ ଜୁନ୍ ରୁ ୩୧ ମେ ଏକ ବର୍ଷ ସମୟ ଅବଧି ଲାଗି ହୋଇଥାଏ । ଏହାପରେ ପ୍ରତିବର୍ଷ ଧାର୍ଯ୍ୟ ସମୟରେ ଏହାର ଅପଡେଟ ହୋଇଥାଏ । ଏହି ଯୋଜନା ଜରିଆରେ ଯଦି କୌଣସି କାରଣରୁ ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଆତ୍ମୀୟଙ୍କୁ ୨ ଲକ୍ଷ ଟଙ୍କା ବୀମା ରାଶି ମିଳିଥାଏ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ୧୮ରୁ ୭୦ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ ।ଏହି ଯୋଜନାର ସମୟ ଅବଧି ମଧ୍ୟ ୧ ଜୁନରୁ ୩୧ ମେ ପର୍ଯ୍ୟନ୍ତ ରହିଛି । ଏହାପରେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ୩୦ଟଙ୍କା ଅଟୋ ଡେବିଟ ହୋଇଯାଏ । ଏହି ବୀମା ଯୋଜନାର ସବୁଠାରୁ ବଡ କଥା ହେଉଛି ଏଠି ମାତ୍ର ୩୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିଥାଏ । ଏହି ଯୋଜନାରେ ଦୁର୍ଘଟଣାରେ ବୀମାଧାରକଙ୍କ ମୃତ୍ୟୁ ହେଲେ କିମ୍ବା ସଂପୂର୍ଣ୍ଣ ଭାବରେ ବିକଳାଙ୍ଗ ହୋଇଗଲେ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।

Get real time updates directly on you device, subscribe now.