ଧର୍ମଗଡ଼ ଉପଜିଲ୍ଲାପାଳ ଲାଞ୍ଚ ନେବା ଘଟଣା, ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । 10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଚଢଉ କରିଥିଲା ଭିଜିଲାନ୍ସ । ଏହା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।

ସୂଚନା ଯୋଗ୍ୟ, ଜଣେ କ୍ରସର ବ୍ୟବସାୟୀଙ୍କଠାରୁ 10 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ 47 ଲକ୍ଷ ଟଙ୍କା ଜବତ ହୋଇଥିଲା ।

ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ସବକଲେକ୍ଟର ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ 20 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତିରେ 10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ । ତାଙ୍କ ଅଫିସ ଓ ବାସଭବନରେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।