fbpx

ସରକାରଙ୍କ ବଡ଼ ଘୋଷଣା: ପ୍ରତିବର୍ଷ ମାଗଣାରେ ମିଳିବ ୨ଟି ଏଲପିଜି ସିଲିଣ୍ଡର, CNG-PNG ମଧ୍ୟ ଶସ୍ତା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଗୁଜରାଟ ସରକାରଙ୍କ ପକ୍ଷରୁ ରାଜ୍ୟରେ ରହୁଥିବା ଲୋକଙ୍କୁ ଏକ ବଡ ଉପହାର ଦିଆଯାଇଛିି । ଗୁଜୁରାଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗିଫ୍ଟକୁ ନେଇ କୋଟି କୋଟି ଲୋକଙ୍କୁ ଖୁସି ବ୍ୟକ୍ତ କରିଛନ୍ତି । ଦୀପାବଳି ପୂର୍ବରୁ ଗୁଜରାଟ ସରକାର ସିଏନଜି ଓ ପିଏନଜି ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି । ଏହା ବ୍ୟତୀତ ସରକାର ଉଜ୍ଜ୍ୱଳା ଯୋଜନାର ୩୮ ଲକ୍ଷ ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ।

ସିଏନଜି ପାଇପ୍ ଜରିଆରେ ଘରେ ପହଞ୍ଚିଥିବା ପ୍ରାକୃତିକ ଗ୍ୟାସ (ପିଏନଜି) ଉପରେ ଭ୍ୟାଟ୍ ହ୍ରାସ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ନିକଟରେ ପ୍ରତିବର୍ଷ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବାକୁ ନେଇ ପ୍ରତିବର୍ଷ ୧,୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି ।

ଗୁଜୁରାଟ ମନ୍ତ୍ରୀ ଜିତୁ ବଘାନୀ କହିଛନ୍ତି ଯେ, ‘ସରକାର ସିଏନଜି ଓ ପିଏନଜି ଉପରେ ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି । ଏହା ଗୃହିଣୀ ମହିଳା, ଅଟୋ ରିକ୍ସା ଡ୍ରାଇଭର ଏବଂ ଯେଉଁମାନେ ସିଏନଜି ଚାଳିତ ଯାନ ବ୍ୟବହାର କରନ୍ତି ସେମାନଙ୍କୁ ସାହାଯ୍ୟ କରିବ ।’ ତେବେ ଗୁଜୁରାଟରେ ରୋଷେଇ ଘରେ ବ୍ୟବହୃତ ସିଏନଜି ଓ ପିଏନଜି ଉପରେ ଭ୍ୟାଟ୍ ୧୫ ପ୍ରତିଶତ ଥିଲା । ଏହି ପରିବର୍ତ୍ତନ ପରେ ବର୍ତ୍ତମାନ ଭାଟ୍ ୫ ପ୍ରତିଶତକୁ ଖସି ଆସିଛି ।

Get real time updates directly on you device, subscribe now.