fbpx

ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ୨୨୫୦ ଟଙ୍କା ଟ୍ରାନ୍ସଫର କରିବେ ସରକାର, ଜାଣନ୍ତୁ ରାଜ୍ୟ ହିସାବରେ ଆପଣଙ୍କୁ କେତେ ମିଳିବ ?

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗର ଲୋକଙ୍କ ପାଇଁ ଅନେକ ସୁବିଧା କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପକ୍ଷରୁ ଚାଷୀ, ମହିଳା ଓ ଗରୀବ ଲୋକଙ୍କ ପାଇଁ ଆର୍ଥିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା ବିଧବା ପେନସନ୍ ଯାଜନା ବିଷୟରେ, ଯେଉଁଥିରେ ସରକାର ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି । ଏହି ଯୋଜନାରେ ରାଜ୍ୟ ହିସାବରେ ଅଲଗା ଅଲଗା ଅର୍ଥାତ୍ ଦିଲ୍ଲୀ-ଉତ୍ତରପ୍ରଦେଶ ଓ ହରିୟାଣା ଆଦିରେ ରହୁଥିବା ମହିଳାଙ୍କୁ ଅଲଗା ଟଙ୍କା ମିଳିବ । ରାଜ୍ୟ ହିସବାରେ ମହିଳାଙ୍କୁ ଟଙ୍କା ଟ୍ରାନ୍ସଫର ହେବ ।

ବିଧବା ପେନସନ୍ ଯୋଜନାରେ ଆର୍ଥିକ ରୂପରେ ଦୁର୍ବଳ ଥିବା ମହିଳାଙ୍କୁ ସାହାର୍ଯ୍ୟ କରୁଛନ୍ତି ସରକାର । ଏହା ଦ୍ୱାରା ବିଧବା ମହିଳାମାନେ ନିଜ ଜୀବନଯାପନ ଭଲରେ କରିପାରିବେ । ବିଧବା ପେନସନ୍ ଯୋଜାନ ଅଧିନରେ ମହିଳାମାନଙ୍କୁ ପ୍ରତିମାସରେ ପେନସନ୍ ତାଙ୍କ ଆକାଉଣ୍ଟକୁ ପଠାଯାଉଛି । ଗରୀବ ରେଖା ତଳେ ଥିବା ବିଧବା ମହିଳାମାନେ କେବଳ ଏହି ଯୋଜନାର ଲାଭ ଉଠାଇପାରିବେ । ଯଦି ଆବେଦନ କରିଥିବା ମହିଳା ସରକାରଙ୍କ ଅନ୍ୟ ପେନସନର ଫାଇଦା ଉଠାଉଛନ୍ତି, ତେବେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ଆବେଦନ କରୁଥିବା ମହିଳାଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ହରିୟାଣା ସରାକାର ପ୍ରତି ମାସରେ ୨୨୫୦ ଟଙ୍କା ପେନସନ୍ ଦେଉଛନ୍ତି । ଏହି ସୁବିଧା କେବଳ ସେହିମାନେ ନେଇପାରିବେ, ଯେଉଁମାନଙ୍କର ବାର୍ଷିକ ଇନକମ୍ ୨,୦୦,୦୦୦ ଟଙ୍କା ହୋଇଥିବା ବା ଏହାଠୁ କମ୍ ହୋଇଥିବ ।

ଏହା ସହ ଉତ୍ତରପ୍ରଦେଶରେ ବିଧବା ମହିଳାଙ୍କୁ ପ୍ରତିମାସରେ ୩୦୦ ଟଙ୍କା ଦିଆଯାଉଛି । ଏହି ଟଙ୍କା ସିଧାସଳଖ ବିଧବାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି । ଏହା ବ୍ୟତୀତ ମହାରାଷ୍ଟ୍ରରେ ୯୦୦, ରାଜସ୍ଥାନରେ ୭୫୦, ଦିଲ୍ଲୀରେ ୨୫୦୦, ଗୁଜରାଟରେ ୧୨୫୦, ଉତ୍ତରାଖଣ୍ଡରେ ୧୨୦୦ ଟଙ୍କା ପ୍ରତିମାସରେ ବିଧବା ମହିଳାମାନଙ୍କୁ ଦିଆଯାଉଛି ।

Get real time updates directly on you device, subscribe now.