fbpx

ଜାତୀୟ ବିରୋଧୀ କାର୍ଯ୍ୟକଳାପ ପ୍ରସାରଣ କରୁଥିବା ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଳାୟ ଭାରତର ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ସାର୍ବଜୈନିକ ବ୍ୟବସ୍ଥା ସମ୍ବନ୍ଧରେ ଦୁଷ୍ପ୍ରଚାର କରୁଥିବା ୧୬ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରି ଦେଇଛନ୍ତି । ଏଥିରୁ ୧୦ ଭାରତୀୟ ଏବଂ ୬ ପାକିସ୍ତାନର ବୋଲି ସୂଚନା ମିଳିଛି ।

ସରକାର ଏକ ବିଜ୍ଞପ୍ତ ଜାରି କରି କହିଛନ୍ତି ଯେ, ଭାରତରେ ଏହି ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ମିଥ୍ୟା, ଯାଞ୍ଚ ହୋଇନଥିବା ଆତଙ୍କିତ ହେବା ସୂଚନା ପ୍ରସାରଣ କରିବା, ସାମ୍ପ୍ରଦାୟିକ ଅସନ୍ତୋଷ ସୃଷ୍ଟି କରିବା ଏବଂ ଭାରତରେ ଜନସାଧାରଣଙ୍କ ଶୃଙ୍ଖଳାକୁ ଭଣ୍ଡୁର କରିବା ପାଇଁ ପ୍ରସାରିତ ହେଉଛି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ଦର୍ଶକଙ୍କ ସଂଖ୍ୟା ୬୮ କୋଟିରୁ ଅଧିକ ଥିଲା ।

ଏଥିରେ କୁହାଯାଇଛି ଯେ ୨୦୨୧ ମସିହାର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୧୮ ଅନୁଯାୟୀ ଏହି ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ମଧ୍ୟରୁ କୌଣସିଟି ମନ୍ତ୍ରଣାଳୟକୁ ଆବଶ୍ୟକ ସୂଚନା ପ୍ରଦାନ କରି ନାହିଁ। ସୂଚନାଯୋଗ୍ୟ ଏହା ପୁର୍ବରୁ ମଧ୍ୟ ଭାରତ ସରକାର ଏହିଭଳି ୪ ପାକିସ୍ତାନୀ ସହିତ ୨୨ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କରି ଦେଇଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ତୁରନ୍ତ ଏହାର ପ୍ରଭାବରେ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଛି। ଭାରତ ବିରୋଧରେ ପ୍ରଚାରରେ ଜଡିତ ଏଭଳି ଚ୍ୟାନେଲ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Get real time updates directly on you device, subscribe now.