6G କୁ ନେଇ ସରକାରଙ୍କ ବଡ଼ ଘୋଷଣା, Jio, Airtel, BSNL, Vi ୟୁଜର୍ସ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ୫ଜି ରୋଲ ଆଉଟ ପରେ ଭାରତରେ ୬ଜି ରୋଲ ଆଉଟ ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ଚାଲୁଥିବା ୮ମ ଇଣ୍ଡିଆ ମୋବାଇଲ କଂଗ୍ରେସ ସମୟରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ Jyotiraditya Scindia ୬ଜି ଟେକ୍ନୋଲୋଜିକୁ ନେଇ ମନ୍ତବ୍ୟ ଦେଇଛନ୍ତି। ସରକାର ଦାବି କରିଛନ୍ତି ଯେ, ଭାରତ ୬ଜି ରୋଲ ଆଉଟ କରିବାରେ ଦୁନିଆକୁ ଲିଡ କରିବାକୁ ଯାଉଛି। ଏସିଆର ସବୁଠୁ ବଡ ଟେକ ଇଭେଣ୍ଟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପିଏମ ମୋଦୀ ଚାହୁଁଛନ୍ତି ଯେ, ଆମେ ପ୍ରଥମ ଦେଶ ହେଉ, ଯିଏ ୬ଜି ଟେକ୍ନୋଲୋଜୀର ସବୁଜ ପାତାକା ଦେଖାଇ ଶୁଭାରମ୍ଭ କରିବ।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଭାରତରେ ୬ଜି ସମସ୍ତଙ୍କ ପାଇଁ ଆକ୍ସେସିବଲ ହେଉ ଏବଂ ଶସ୍ତା ହେଉ କାରଣ ସବୁ ୟୁଜର୍ସଙ୍କ ପାଖକୁ ଏହାର ଲାଭ ପହଞ୍ଚପାରୁ। ଇଣ୍ଡିଆ ମୋବାଇଲ କଂଗ୍ରେସ ସମୟରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ୬ଜି ସଂଗୋଷ୍ଠୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ କହିଛନ୍ତି ଯେ, ଭାରତ ୬ଜି ଆଲାଏନ୍ସ ସହ ଆମ ଦେଶ ୧୦ ପ୍ରତିଶତ ପେମେଣ୍ଟ ହାସଲ କରିବ। ୬ଜିର ମାର୍କେଟ ଲିଡର ହେବା ପାଇଁ ଟେଲିକମୁନିକେସନ ଆକ୍ଟ, ୨୦୨୩ରେ ଏହି କାରଣରୁ ପରିବର୍ତ୍ତନ କରାଯାଇଛି।

ସରକାର ଭାରତରେ ଟେଲିକମ ସେକ୍ଟରରେ ସବୁଠୁ ଅଧିକ ଅସୁବିଧା କେଉଁଠୁ ଆସୁଛି, ତାକୁ ଦୂର କରିବା ଉପରେ ଚିନ୍ତା କରୁଛି। ଡିଜିଟାଲ ଯୁଗରେ ସରକାରଙ୍କ ପକ୍ଷରୁ ଏହାକୁ ଦୂର କରିବାର କାର୍ଯ୍ୟ କରାଯାଉଛି। ଇଣ୍ଡିଆ ମୋବାଇଲ କଂଗ୍ରେସରେ Jyotiraditya Scindia ଏୟାରଟେଲର ସାଟେଲାଇଟ କମ୍ୟୁନିକେସନର ବ୍ୟବହାର କରି ଦୂର ସୀମାରେ ନିୟୋଜିତ ଯବାନଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି।

ଭାରତରେ ସାଟେଲାଇଟ କମ୍ୟୁନିକେସନକୁ ଖୁବଶୀଘ୍ର ଲଞ୍ଚ କରାଯାଇପାରେ। ସରକାର ସାଇବର ସିକ୍ୟୁରିଟି ଉପରେ ଫୋକସ କରୁଛି ଏବଂ ଡିଜିଟାଲ କମ୍ୟୁନିକେସନରେ ଆସୁଥିବା ସମସ୍ୟାଗୁଡିକ ଉପରେ ଫୋକସ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଭାରତରେ ଟେଲିକମ ସେକ୍ଟର ବହୁତ ଜଲଦୀ ବଢୁଛି। ଆଗାମୀ ସମୟରେ ଆମେ ସାରା ଦୁନିଆକୁ ଲିଡ କରିବାର କ୍ଷମତା ରଖିଛୁ। ସରକାରଙ୍କ ଏହି ପ୍ରୟାସ Airtel, BSNL, Jio, Vodafone-Idea ୟୁଜର୍ସଙ୍କୁ ୬ଜି ଉପହାର ସର୍ବପ୍ରଥମେ ମିଳିବ।

Get real time updates directly on you device, subscribe now.