ବିରେନ୍ ସିଂଙ୍କ ଇସ୍ତଫା ପରେ ବିଧାନସଭା ଅଧିବେଶନକୁ ରଦ୍ଦ ଘୋଷଣା କଲେ ମଣିପୁର ରାଜ୍ୟପାଳ
ହଠାତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ବିରୋନ୍ ସିଂ । ରାଜ୍ୟରେ ଲାଗି ରହିଛି ହିଂସାକାଣ୍ଡ ।
ଇମ୍ଫାଲ: ମଣିପୁର ମୁଖମନ୍ତ୍ରୀ ବିରେନ୍ ସିଂଙ୍କ ଇସ୍ତଫା ପରେ ଆଜି ଅର୍ଥାତ୍ ଫେବୃଆରୀ ୧୦ରେ ହେବାକୁଥିବା ୧୨ତମ ମଣିପୁର ବିଧାନସଭାର ୭ମ ଅଧିବେଶନକୁ ରଦ୍ଦ ଘୋଷଣା କରିଛନ୍ତି ମଣିପୁର ରାଜ୍ୟପାଳ ଅଜୟ କୁମାର ମଲ୍ଲା ।
ଏ ନେଇ ବିଧାନସଭା ସଚିବ କେ. ମେଘଜିତ୍ ସିଂ ରବିବାର ଏକ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ସମ୍ବିଧାନ ଧାରା ୧୭୪ (୧) ଅନୁସାରେ ମୁଁ ବିଜୟ କୁମାର ଭଲ୍ଲା, ମଣିପୁର ରାଜ୍ୟପାଳ ଆଦେଶ ଦେଉଛି, ୧୨ତମ ମଣିପୁର ବିଧାନସଭାର ୭ମ ଅଧିବେଶନ ରଦ୍ଦ କରାଯାଉ; ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ କରାଯାଇଛି ।
୨ ବର୍ଷର ଶାସନ ପରେ ବିରେନ ସିଂ ରବିବାର ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ । ରାଜ୍ୟରେ ଲଗାତର ଭାବେ ହିଂସାକାଣ୍ଡ ଲାଗି ରହିବା ନେଇ ଭାଜପା ଦଳ ବିରୋନଙ୍କ ଉପରେ ଖୁସି ନ ଥିବା ଆଲୋଚନା ହେଉଛି । ଏଥିସହ ବିଧାନସଭାରେ ବିରୋଧୀ ଦଳ ତାଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ଥାବ ଆଣିବା ନେଇ ଆଶଙ୍କା ଥିବା ଯୋଗୁ ବିରୋନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।