fbpx

ମେଣ୍ଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଭାସ୍କର: ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ ବଡ଼ ଖବର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ। ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ରଘୁବର ଦାସ । ତେବେ ଗୋଟିଏ ପଟେ ମେଣ୍ଟ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ନିଜକୁ ଦୂରେଇ ରଖୁଥିବା ବେଳେ ଏବେ ବି କେଉଁଠି ନାଁ କେଉଁଠି ସସ୍ପେନ୍ସ ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଓ ଆଲୋଚନା ଭିତରେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭେଟଘାଟ ଭିନ୍ନ ଏକ ଚର୍ଚ୍ଚା ସୃଷ୍ଟି କରିଛି।

ତେବେ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ସୂଚନା ମିଳିଛି । ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନରେ ବୈଠକ ହେଉଥିବା କୁହାଯାଉଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ଲାଗି ରହିଥିବା ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୌଣସି ମୂହୁର୍ତରେ ଜେପି ନଡ୍ଡା ବୈଠକ କରିପାରନ୍ତି । ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତିି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

 

Get real time updates directly on you device, subscribe now.